ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଉଡ୍ର” ତରଫରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ

0

ବ୍ୟାସନଗର (ସଙ୍କେତ ଖବର): ମହାମାରୀ କରୋନାର ଦ୍ୱିତୀୟ ଲହର ସାରା ଓଡିଶାରେ କାୟା ବିସ୍ତାର କରୁଥିବା ବେଳେ ସରକାର କରୋନାକୁ ଚେକ୍ ଦେବାଲାଗି ସାରା ରାଜ୍ୟରେ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଜାରି ରହିଛି । ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ଷଷ୍ଠତମ ଜନ୍ମଦିବସ ପାଳନ ଅବସରରେ ‘ଉଡ୍ର’ର ଉପଦେଷ୍ଟା ତଥା “ ମୋ କଲେଜ” ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ବ୍ୟାସନଗର ପୌର ପରିଷଦର କିନ୍ନର ସଂଘର ସମସ୍ତ ସଦସ୍ୟମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ସାନିଟାଇଜର ପ୍ରଦାନ କରିବା ସହ ସେମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସଚେତନତା କରିଥିଲେ । ବ୍ୟାସନଗରର ସ୍ୱେଚ୍ଛାସେବୀ ଅନୁଷ୍ଠାନ “କ୍ଲବ୍ ଦି ୟୁଥ୍ ମାସ୍”ର ସଂପାଦକ ରାଜେଶ ରାଉତ, ସଭାପତି ପ୍ରକାଶ ଜେନା, ସନ୍ତୋଷ ରାଉତ, ଧନଞ୍ଜୟ ବେହେରା ପ୍ରମୂଖ ଏଥିରେ ସହଯୋଗ କରିଥିଲେ । କିନ୍ନର ସଂଘର ସଭାପତି କାଜଲ କିନ୍ନର, ସଂପାଦକ ଲଭଲୀ ସାହୁ, ସୁନିତା ମଲ୍ଲିକ, ବେବି ପାତ୍ର, ଆୟସା ଦାସ, ବବଲୁ ରାନୀ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ସାମଗ୍ରୀ ଓ ସାନିଟାଇଜର ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page