ମହିଳାଙ୍କ ମୁହଁରେ ହସ ପୁଂଟାଇଛି ଉଜ୍ଜଳା
ଯାଜପୁର (ସଂକେତ ଖବର ବ୍ୟୁରୋ)
ଉଜ୍ଜଳା ଯୋଜନା ଦେଶର ମହିଳାଙ୍କୁ ଦେଇଛି ଆତ୍ମ ସମ୍ମାନ । ଏହି ଯୋଜନା ମହିଳାଙ୍କ ମୁଁହରେ ପୁଂଟାଇଛି ହସ । ଦେଶର ୬ କୋଟି ମହିଳା ଏହି ଯୋଜନାରୁ ଲାଭ ଉଠାଇଛନ୍ତି । ଦିନେ ଯେଉଁ ମହିଳାଙ୍କ ପାଇଁ ରନ୍ଧନ ଗ୍ୟାସ ସ୍ୱପ୍ନ ଭଳି ଲାଗୁଥିଲା ଆଜି ସେହି ଗ୍ୟାସ ପ୍ରତ୍ୟେକ ମହିଳାଙ୍କ ପାଖରେ ପହଂଚିପାରିଛି । କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ କରିବା ପରେ ମହିଳା ମାନେ ଆତ୍ମ୍ ସମ୍ମାନ ପେଂରିପାଇଛନ୍ତି । ପ୍ରତିଦିନ ଜାଳେଣି କାଠ ଜାଳି ରୋଷେଇ କରିବା ପଂଳରେ ପରିବେଶ ଦୁଷିତ ହେବା ସହିତ ମହିଳା ମାନଙ୍କର ସ୍ୱାସ୍ଥ୍ୟ ଖରାପ ହେଉଥିଲା,ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ଚାଲିଥିବା ସରକାର ମହିଳା ମାନଙ୍କ ପାଇଁ ଏହି ଉଜ୍ଜଳା ଯୋଜନାର ପରିକଳ୍ପନା କରାଯାଇଥିଲା ଓ ଯାହାକୁ ସାକାର କରିଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାଜପୁର ଜିଲା ମଲ୍ଲିକାପୁର ଠାରେ ଆୟୋଜିତ ଉଜ୍ଜଳା ସ୍ୱାଭିମାନ ଉତ୍ସବ ପାଳନ ଅବସରରେ ଯାଜପୁର ଜିଲା ସଭାପତି ତଥା ରାଜ୍ୟ ବିଜେପି ମୁଖପାତ୍ର ଗୌତମ ରାୟ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଛନ୍ତି ।
ଏହି ଉତ୍ସବରେ ସ୍ଥାନୀୟ ଓ ଆଖପାଖ ଅଂଚଳର ଉଜ୍ଜଳା ହିତାଧୀକାରୀ ସାମିଲ ହୋଇ ଗ୍ୟାସର ବ୍ୟବହାର ସଂପର୍କରେ ତାଲିମ ନେଇଥିଲେ । ବିପଦ ସମୟରେ କିଭଳି ଦୁର୍ଘଟଣାକୁ ରୋକିପାରିବେ ସେ ନେଇ ମଧ୍ୟ ତାଲିମ ଦିଆଯାଇଥିଲା । ଏହି ଉତ୍ସବରେ ଯାଜପୁର ବିଜେପି ସଭାପତି ଗୌତମ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଣ୍ଡିଆନ ଅଏଲର ବରିଷ୍ଠ ଅଧିକାରୀ ପବନ କୁମାର ଯୋଗ ଦେଇ କେନ୍ଦ୍ରସରକାରଙ୍କ ଉଜ୍ଜଳା ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିଥିଲେ । ପରେ ନୂଆଦିଲ୍ଲୀରୁ କେନ୍ଦ୍ରପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉମା ଭାରତୀ ଉଜ୍ଜଳା ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।