ରେଳ ଧାରଣା ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

0

ଯାଜପୁର (ସଙ୍କେତ ଖବର): ହରିଦାସପୁର – ଧାନମଣ୍ଡଳ ରେଲୱେ ଲାଇନ ର ଖୋସାଲିପୁର ଠାରେ ରେଳ ଧାରଣା ରେ ଜଣେ ଯୁବକ ଙ୍କ ମୃତ ଦେହ ପଡି ରହିଛି। ଆଜି ସକାଳୁ ସ୍ଥାନୀୟ ଅଂଚଳ ଲୋକେ ରେଳ ଧାରଣା ରେ ଜଣେ ଯୁବକ ଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ଲୋକେ ଧାନମଣ୍ଡଳ ଫାଣ୍ଡି ପୋଲିସ କୁ ଜଣାଇ ଥିଲେ। ପୋଲିସ ଘଟଣା ସ୍ଥଳରେ ପହଁଚି ଜିଆରପି କୁ ଏନେଇ ଅବଗତ କରାଇଛନ୍ତି। ତେବେ ଯୁବକ ଙ୍କ ପରିଚୟ ମିଳି ପାରିନଥିବା ବେଳେ ଯୁବକ ଜଣକ ରେଳ ଧାରଣା କୁ କିପରି ଆସିଲେ ଏବଂ ଟ୍ରେନ ରେ କଟି ମୃତ୍ୟୁ ହୋଇଛି ନା ମୃତ୍ୟୁ ପଛରେ ଆଉ କିଛି କାରଣ ଅଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *

You cannot copy content of this page