ବିପଦ ସଂକୁଳ ଅବସ୍ଥାରେ ପଶ୍ଚିମ ବଡଚଣାର ୬୨ ବର୍ଷ ତଳର ବୈରୀ ଉଚ୍ଚ ବିଦ୍ୟାଳୟ।
![](https://www.sanketkhabar.com/wp-content/uploads/2021/09/IMG_20210916_085858-1024x667.jpg)
ବଡ଼ଚଣା(ସଂକେତ ଖବର)୧୯୫୯ ମସିହାରେ ସ୍ଥାପିତ ପଶ୍ଚିମ ବଡଚଣର ବୈରୀ ଉଚ୍ଚ ବିଦ୍ୟାଳୟ ଅବସ୍ଥା ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଲାଣି।ନୂଆ ଶିକ୍ଷାନିତି ଅନୁସାରେ ୯ମ ଓ ୧୦ ମ ଶ୍ରେଣୀରେ ୭୧ଜଣ ଛାତ୍ର ସହିତ ୬୧ ଜଣ ଛାତ୍ରୀ ମୋଟ୍ ୧୩୨ ଜଣ ବିଦ୍ୟାର୍ଥୀ ପାଠ ପଢୁଛନ୍ତି।ଶିକ୍ଷାର୍ଥୀ ଅନୁସାରେ ଆବଶ୍ୟକୀୟ ଡେସ୍କବେଞ୍ଚ୍ ନଥିବାରୁ ପାଳି କରି ପିଲାମାନେ ତଳେ ବସି ପଢୁଛନ୍ତି।
କୌଣସି ଅଘଟଣ ଘଟିବା ପୁର୍ବରୁ ସ୍କୁଲ ଛାତ ତୁରନ୍ତ ମରାମତି କରିବା ପାଇଁ ପ୍ରଧାନ ଶିକ୍ଷକ ଅନୁରୋଧ କରିଛନ୍ତି।
ଚଳିତ ଲଗାଣ ବର୍ଷାରେ ପିଲାମାନେ ତଳେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି।ପୁରୁଣା ଛାତ ସବୁ ମରାମତି ଅଭାବରୁ ପାଣି ଝରୁଛି,ସୁରକ୍ଷା ଦୃଷ୍ଟିରୁ ପିଲାଙ୍କୁ କମ୍ପୁଟର କକ୍ଷରେ ପାଠ ପଢାଯାଉଥିବା କଥା କହିଛନ୍ତି ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ବାଇଧର ସାମଲ।ଏପଟେ କମ୍ପୁଟର ଶିକ୍ଷକ ନଥିବା ଯୋଗୁଁ ଛାତ୍ରଛାତ୍ରୀ ଙ୍କ ଅନଲାଇନ ସେବା ଯୋଗାଇ ଦେଇ ହେଉନାହିଁ ଓ ଲକ୍ଷାଧିକ ଟଙ୍କା ମୂଲ୍ୟର କମ୍ପୁଟର ଖତ ଖାଇବାକୁ ବସିଲାଣି।ଜଣେ ଖେଳ ଶିକ୍ଷକ ନଥିବା ଯୋଗୁଁ ଶିକ୍ଷାର୍ଥୀ ଙ୍କୁ କୌଣସି ପ୍ରଶିକ୍ଷଣ ମିଳି ପାରୁ ନାହିଁ।ଏଣୁ ଅନ୍ତତଃ କୌଣସି ଅଘଟଣ ଘଟିବା ପୁର୍ବରୁ ସ୍କୁଲ ଛାତ ତୁରନ୍ତ ମରାମତି କରିବା ପାଇଁ ପ୍ରଧାନ ଶିକ୍ଷକ ଅନୁରୋଧ କରିଛନ୍ତି।