ରାଜ୍ୟରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ସବିଶେଷ ତଥ୍ୟ ବିଧାନସଭାରେ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

0

Image result for phone watching man

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦୁଷ୍କର୍ମ ଘଟଣା ନେଇ ସବିଶେଷ ତଥ୍ୟ ବିଧାନସଭାରେ ଉପସ୍ଥାପିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ମୁତାବକ ୨୦୧୭ ମସିହାରେ ଫଇସାଲା ହୋଇଥିବା ୧୦୯୯ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୧୮୬ଟି ମାମଲାରେ ଦୋଷୀମାନଙ୍କୁ ଦଣ୍ଡ ବିଧାନ କରାଯାଇଛି । ଯାହା ତୁଳନା ଅନୁସାରେ ୧୬.୯୨ପ୍ରତିଶତ ଅଟେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସେହିପରି ୨୦୧୬ ବର୍ଷରୁ ୨୦୧୮ ଜୁନ୍‌ ୩୦ ତାରିଖ ଶେଷ ସୁଦ୍ଧା ରାଜ୍ୟରେ ଅଶ୍ଳିଳ ଭିଡିଓ ଭାଇରାଲ ଅପରାଧ ତଥା ସାଇବର ଅପରାଧ ସଂଖ୍ୟାର ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୬ ବର୍ଷ ୩୧୭ଟି ସାଇବର ମାମଲାରେ ୯୯ ଜଣ ଗିରଫ, ୨୦୧୭ ବର୍ଷରେ ୮୨୪ଟି ସାଇବର ମାମଲାରେ ୧୯୫ ଜଣ ଗିରଫ ହୋଇଥିବା ବେଳେ ୨୦୧୮ ଜୁନ୍‌ ୩୦ ଶେଷ ସୁଦ୍ଧା ୩୯୧ଟି ମାମଲାରେ ୭୯ ଜଣ ଗିରଫ ହୋଇଛନ୍ତି ବୋଲି ରିପୋର୍ଟ କହୁଛି । ଏହାସହ ଅଶ୍ଳିଳ ଭିଡିଓ ଭାଇରାଲ ଘଟଣାରେ ବିଗତ ଦୁଇ ବର୍ଷରେ ୨୨୫ଟି ମାମଲା ରୁଜୁ ହୋଇଥିବାବେଳେ ୧୧୭ଜଣ ଗିରଫ ହୋଇଛନ୍ତି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥ୍ୟ ଉପସ୍ଥାପନ କରିଛନ୍ତି ।

Image result for rape

Leave a Reply

Your email address will not be published. Required fields are marked *

You cannot copy content of this page