ଲାଞ୍ଚ ନେଇ ଗିରଫ ହେଲେ ତହସିଲଦାର ଏବଂ ଡାଟା ଏଣ୍ଟ୍ରି ଅପରେଟର।
![](https://www.sanketkhabar.com/wp-content/uploads/2020/06/images-23.jpeg)
ଭୁବନେଶ୍ୱର(ସଙ୍କେତ ଖବର)
ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ତହସିଲ ଉପରେ ଭିଜିଲାନ୍ସ ର ଚଢ଼ାଉ।ଲାଂଚ ନେବା ବେଳେ ଧରାପଡିଲା ଡାଟା ଏଣ୍ଟ୍ରି ଅପରେଟର ଏବଂ ତହସିଲଦାର। ଉଭୟ ଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁ ଏକ ଜମି ମାମଲା ପାଇଁ ଦେଢ଼ ଲଷ ଟଙ୍କା ନେବା ବେଳେ ଚଢାଉ କରାଯାଇଥିଲା। ସେହି ଟଙ୍କା କୁ ତହସିଲଦାର ରଶ୍ମିରେଖା ପ୍ରଧାନ ନେଇଥିବା ଜଣାପଡିବା ପରେ ଉଭୟ ଙ୍କ ଘର ଉପରେ ଚଢ଼ାଉ କରିଛି ଭିଜିଲାନ୍ସ। ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିବା ସହିତ ଉଭୟ ଙ୍କ ବିରୋଧ ରେ ଆୟ ବହିଭୂତ ମାମଲା ରୁଜୁ କରିଛି।