ଆରପାରିରେ ବିନୋଦ ଦୁଆ

0

ନୂଆଦିଲ୍ଲୀ:ଯେପରି ସାହାସୀ ସେପରି ଯୁକ୍ତିନିଷ୍ଟ। ପ୍ରତିଟି ଖବର ପଛର ଖବରକୁ ବିଶ୍ଳେଷଣ କରିବାରେ ସମଗ୍ର ଦେଶରେ ବିନୋଦ ଥିଲେ ଅନ୍ୟତମ। ହେଲେ ସବୁ ବିଶ୍ବାସ ଆଉ ଭରଷାର ବନ୍ଧନକୁ ଭାଙ୍ଗି ବିନୋଦ ବାଟ କାଟିନେଲେ ଆର ପାରିକୁ। କୋଭିଡ ସଂକ୍ରମଣ ପରେ ଦୀର୍ଘ ଦିନର ଅସୁସ୍ଥତା ପରେ ଭେଟେରାନ ସାମ୍ବାଦିକ ବିନୋଦ ଦୁଆଙ୍କ ମୃତ୍ୟୁ ଘଟିଛି ବୋଲି ତାଙ୍କ ଝିଅ ମଲ୍ଲିକା ଦୁଆ ସୋସିଆଲ ମିଡିଆ ପୋଷ୍ଟରେ ନିଶ୍ଚିତ କରିଛନ୍ତି। ୬୭ ବର୍ଷୀୟ ସାମ୍ବାଦିକଙ୍କୁ ଗତ ସପ୍ତାହରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଦିଲ୍ଲୀର ଆପୋଲୋ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍କୁ ସ୍ଥାନାନ୍ତର କରାଯାଇଥିଲା।ହାସ୍ୟ ଅଭିନେତା ମଲ୍ଲିକା ଦୁଆ ତାଙ୍କ ଇନଷ୍ଟାଗ୍ରାମ କାହାଣୀରେ କହିଛନ୍ତି ଯେ ଆସନ୍ତାକାଲି ମଧ୍ୟାହ୍ନରେ ରାଜଧାନୀର ଲୋଦି ଶ୍ମଶାନରେ ଏହି ଶବଦାହ କରାଯିବ। ୧୯୯୬ ରେ, ସେ ପ୍ରଥମ ଇଲେକ୍ଟ୍ରୋନିକ୍ ମିଡିଆ ସାମ୍ବାଦିକ ଭାବରେ ରାମନାଥ ଗୋଏଙ୍କା ଉତ୍କର୍ଷତା ସାମ୍ବାଦିକତା ପୁରସ୍କାରରେ ପୁରସ୍କୃତ ହୋଇଥିଲେ । ତାଙ୍କୁ ୨୦୦୮ ମସିହାରେ ଭାରତ ସରକାର ସାମ୍ବାଦିକତା ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଆଜୀବନ ସଫଳତା ପାଇଁ ଜୁନ୍ ୨୦୧୭ରେ ମୁମ୍ବାଇ ପ୍ରେସ୍ କ୍ଲବ୍ ତାଙ୍କୁ ରେଡଇନ୍କ ପୁରସ୍କାର ପ୍ରଦାନ କରିଥିଲା, ଯାହା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦ୍ବାରା ଦୁଆକୁ ପ୍ରଦାନ କରାଯାଇଥିଲା।ଦୂରଦର୍ଶନ ଏବଂ ଏନଡି ଟିଭିର ଜଣେ ବରିଷ୍ଠ ସାମ୍ବାଦିକ ଭାବରେ ବିନୋଦ ଦୁଆ ସାରା ଦେଶରେ ପରିଚିତ। ପିଲାଦିନେ ଦୂରଦର୍ଶନର ପରଖ କାର୍ଯ୍ୟକ୍ରମରେ ବିନୋଦଙ୍କ ଉପସ୍ଥାପନା ଶୈଳୀ ଖୁବ୍ ଉଚ୍ଚକୋଟୀର ଥିଲା ଯାହା ଆଜିବି ତାଙ୍କୁ ସ୍ମରଣୀୟ କରି ରଖିଛି। ବେଶ୍ କିଛି ବର୍ଷ ହେବ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ଥିଲେ ବିନୋଦ। ସରକାର ଆଉ ସରକାରୀ ନିଷ୍ପତ୍ତିକୁ ସମାଲୋଚନା କରି ତାଙ୍କୁ ଏହା ମଧ୍ୟରେ ନ୍ୟାୟିକ ଲଢେଇ କରିବାକୁ ପଡିଥିଲା। ମାତ୍ର ୬୭ ବର୍ଷ ବୟସରେ ତାଙ୍କର ପରଲୋକ ସମସ୍ତଙ୍କୁ ତାଜୁବ୍ କରିଦେଇଛି। ବିନୋଦଙ୍କ ମୃତ୍ୟୁରେ ଭାରତୀୟ ଗଣମାଧ୍ୟମ ଜଣେ ଅନୁଭବୀ ଆଉ ନିର୍ଭିକ ସାମ୍ବାଦିକଙ୍କୁ ହରାଇ ବସିଲା।(ବିରଞ୍ଚି ଦାସ)

Leave a Reply

Your email address will not be published. Required fields are marked *

You cannot copy content of this page