ଅପେରା ପରିବେଷଣ ସମୟରେ କୋଭିଡ଼ ନିୟମ ଉଲଂଘନ, ତହସିଲଦାର ଙ୍କ ତାଗିଦ।

0

ଯାଜପୁର(ସଙ୍କେତ ଖବର) ବଡ଼ଚଣା ବ୍ଲକ ଛତିଆଠାରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଯାତ୍ରା ରଙ୍ଗମହଲ ପକ୍ଷରୁ ଅପରାହ୍ନ ୪ଟାଠାରୁ ରାତ୍ର ୮ଟା ଯାଏଁ ହେଉଥିବା ଅପେରା ପ୍ରଦର୍ଶନ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏହି ସମୟରେ କୋଭିଡ ନିୟମ ଉଲଂଘନ ହେଉଥିବା ଅଭିଯୋଗ ପାଇ ଆଜି ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ, ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ଓ ରାଜସ୍ବ ନିରୀକ୍ଷକ ସୁରୁ ସୋରେନ୍ ପ୍ରମୁଖ ସେହି ଯାତ୍ରା ପେଣ୍ଡାଲ ପରିଦର୍ଶନ କରିଥିଲେ।

ତହସିଲ ପ୍ରଶାସନ ଅପେରା ପରିଚାଳକ ଏବଂ ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଏଥିନେଇ ତାଗିଦ୍ କରିଛନ୍ତି । ଏଥିଯୋଗୁଁ କୋଭିଡ଼ ସଂକ୍ରମଣ ହାର ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ ଆୟୋଜକ ମାନଙ୍କୁ ତାଗିଦ କରାଯିବା ସହିତ ଆଗାମୀ ଦିନରେ କୋଭିଡ ନିୟମ ଉଲଂଘନ କଲେ ଅପେରା ପରିବେଷଣକୁ ବନ୍ଦ୍ କରାଯିବ ବୋଲି ଚେତାବନି ଦିଆଯାଇଛି।

Leave a Reply

Your email address will not be published. Required fields are marked *

You cannot copy content of this page