ଯାଜପୁର: ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ଧମକ ଦେଇଛନ୍ତି ।

0

ଯାଜପୁର(ସଂକେତ ଖବର ବ୍ୟୁରୋ): ବରୀ ର ସବୁଆଡେ କେବଳ ସାଇନିଂ ଆଉ ସାଇନିଂ । ଯୁଆଡେ ଦେଖିବ ଖାଲି ଡେଭଲପମେଂଟ ଆଉ ଡେଭଲପମେଂଟ । ବରୀରେ ନବୀନ ସରକାରରେ ଏତେ ପୋଲ ନିର୍ମାଣ ହୋଇଛି ଯେ ପୋଲ ମନ୍ତ୍ରୀ ବୋଲି ଲୋକେ ସମ୍ବୋଧନ କଲେଣି । ଏହି ଉକ୍ତି ଆଉ କାହାରି ନୁହେଁ ବରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କର । କିନ୍ତୁ ବିଧାୟକଙ୍କ ଲମ୍ବା ଚଉଡା ଡାଏଲଗକୁ ଘୋର ବିରୋଧ କରିଛନ୍ତି ବରୀ ବ୍ଲକ ଅରଂଗାବାଦ ପଂଚାୟତର ରଜାପୁର ଗ୍ରାମବାସୀ । ଦୀର୍ଘ ବର୍ଷ ହେଲା ଏହି ଗାଁକୁ ଖଣ୍ଡେ ରାସ୍ତା ନାହିଁ । ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । କିନ୍ତୁ ବାରମ୍ବାର ବିଧାୟକଙ୍କୁ ଅବଗତ କରିବା ପରେ ମଧ୍ୟ କୌଣସି ସୁପଂଳ ମିଳୁନାହିଁ । କୌଣସି କାମ ନ କରି ଖାଲି ଭାଷଣରେ ବିଧାୟକ ବିଶ୍ୱାସ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ଯଦି ଏହି ଗାଁରୁ ରାସ୍ତା ନିର୍ମାଣ ନ ହୁଏ ତା ହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ମଧ୍ୟ ଗ୍ରାମାବାସୀ ଧମକ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page