ଦାନଗଦୀର ପ୍ରତି ଘରେ ପହଞ୍ଚିବ ପାଇପ ପାଣି :ପ୍ରୀତିରଞ୍ଜନ

0

ଦାନଗଦି (ସଂକେତ ଖବର )ଦାନଗଦୀ ବ୍ଲକର ପ୍ରତି ଘରକୁ ପାଇପରେ ପାଣି ଯୋଗାଇବା ଲକ୍ଷ୍ୟରେ,ଆସନ୍ତା ଡିସେମ୍ବର ସୁଦ୍ଧା ସବୁ ଗାଁରେ ପାଇପ ବିଛାଇବା କାମ ସରିବ। ଫଳରେ ନିର୍ଦ୍ଧାରିତ ସମୟରେ ପ୍ରତି ଘରକୁ ଟ୍ୟାପ୍ ଓ୍ୱାଟର ମିଶନ ସଫଳ ହୋଇପାରିବ। ସେଥିପାଇଁ ଆଜି(ବୁଧବାର) ଦାନଗଦୀ ଭବନରେ ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ପଞ୍ଚାୟତ ପ୍ରତିନିଧି ମାନଙ୍କ ଉପସ୍ଥିତ ବୈଠକରେ ପ୍ରତି ଗାଁରେ ପାଇପ ବିଛାଇବାର କାମ ଡିସେମ୍ବର ସୁଦ୍ଧା ସାରିବାକୁ ପ୍ରକଳ୍ପ ଅଧିକାରୀଙ୍କୁ ବିଧାୟକ ଘଡ଼ାଇ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକ ରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ

ଦାନଗଦୀ ବ୍ଲକର ପ୍ରତି ପରିବାରକୁ ଟ୍ୟାପ୍ ଓ୍ୱାଟର ଯୋଗାଇ ଦେବାକୁ ସରକାର ୧୪୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି।ଗତ ଫେବ୍ରୁଆରୀ ୯’ରେ ରାଜ୍ୟ କ୍ୟାବିନେଟର ଅନୁମୋଦନ ଆଧାରରେ ଦାନଗଦୀ ବ୍ଲକର ୧୦୪ଟି ରାଜସ୍ୱ ଗାଁରେ ପାଇପରେ ପିଇବା ପାଣି ଯୋଗାଇବା କାର୍ଯ୍ୟ ଚାଲିଛି। ଆଗାମୀ ୨ବର୍ଷ ମଧ୍ୟରେ ଏହି ଜଳ ଯୋଗାଣ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ସ୍ଥିର ହୋଇଥିଲା। ଫଳରେ ପ୍ରାୟ ୧,୫୯,୦୮୮ ଜଣଙ୍କୁ ଟ୍ୟାପ ଓ୍ୱାଟର ମିଳିପାରିବ। ଏଥିପାଇଁ ବ୍ରାହ୍ମଣୀ ନଦୀର ଯୋକଡ଼ିଆ ଠାରୁ ପାଣି ଉଠାଯିବ। ପରେ ରାଛିପୁର ଠାରେ ସେହି ପାଣିକୁ ବିଶୋଧନ କରାଯିବ।

ରାଜ୍ୟ କ୍ୟାବିନେଟର ସେହି ନିଷ୍ପତ୍ତିକୁ ସଠିକ୍ ମାର୍ଗରେ କାର୍ଯ୍ୟକାରୀ କରିବାକୁ ବିଧାୟକ ଘଡ଼ାଇ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ବୈଠକରେ ଜିଲ୍ଳା ପରିଷଦ ସଭ୍ୟ ସୁଶାନ୍ତ ସାମଲ,ଭାଗ୍ୟଲକ୍ଷ୍ମୀ ରାଉତ ଓ ପ୍ରଦୀପ ମହାନ୍ତିଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟଙ୍କ ସହ ପ୍ରକଳ୍ପର ଅନେକ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page