ବୈରୀ ରେଞ୍ଜ ର ବିଭିନ୍ନ ଅଂଚଳ ରେ ଏକ ଜଙ୍ଗଲୀ ହାତୀ ର ଉପଦ୍ରବ

0

ଯାଜପୁର (ସଙ୍କେତ ଖବର): ବୈରୀ ରେଞ୍ଜ ଅଧୀନ ବିଭିନ୍ନ ଅଂଚଳ ରେ ଏକ ଜଙ୍ଗଲୀ ହାତୀ ଉପଦ୍ରଵ ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା ରୁ ଗୋଟିଏ ଜଙ୍ଗଲୀ ହାତୀ କଟକ ଜିଲ୍ଲା ନିଶ୍ଚିତକୋଇଲି, ମାହାଙ୍ଗା ର ବିଭିନ୍ନ ସ୍ଥାନରେ ହାତୀ ଟି ଜନବସତି ମୁହାଁ ହୋଇଥିଲା ପରେ ବୈରୀ ରେଞ୍ଜ ଅଧୀନ ବନ ବିଭାଗ କର୍ମଚାରୀ ମାନେ ହାତୀ ଟିକୁ ଘଉଡ଼ାଇ ଥିଲେ, ହାତୀ ଟି ଚାଲି ଆସି ଯାଜପୁର ଜିଲ୍ଲା ର ବଡ଼ଚଣା ବ୍ଲକ ର ବିଭିନ୍ନ ସ୍ଥାନରେ ହାତୀ ଟି ଉପଦ୍ରଵ କରୁଥିଲା । ହାତୀ ଟି ବିଭିନ୍ନ ଅଂଚଳ ରେ ଫସଲ ନଷ୍ଟ କରୁଥିଲା, ଜନଵସତି ମୁହାଁ ହେଉ ଥିବା ରୁ ଲୋକେ ଭୟଭୀତ ଅବସ୍ଥା ରେ ରହୁଥିଲେ .ହାତୀ ଟି ବିଭିନ୍ନ ସମୟରେ ରାସ୍ତା ରେ ଚାଲୁ ଥିବାର ଦେଖିବାକୁ ମିଳି ଥିଲା ।

ବୈରୀ ରେଞ୍ଜର ଙ୍କ ସହ ବନ ବିଭାଗ ର ୯ଟି ଟିମ ହାତୀ ଘଉଡ଼େଇବା ପାଇଁ ନିୟୋଜିତ ହୋଇଥିଲେ । ନିଆଁ ହୁଳା,ଟାୟାର ଜଳି, ସାଇରନ ମାଧ୍ୟମରେ ହାତୀ କୁ ଘଉଡ଼ାଇ ଥିଲେ ଫଳରେ ହାତୀଟି ମହାବିନାୟକ ସରଂକ୍ଷିତ ଜଙ୍ଗଲ କୁ ଚାଲି ଯାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page