ପଂସେଇବାକୁ ଆସି ପଂସିଗଲେ ମଦ ବ୍ୟବସାୟୀ,ହାତ ଗୋଡ ବାନ୍ଧି ଦେଲେ ଗ୍ରାମବାସୀ

0

ପାଣିକୋଇଲି (ସଂକେତଖବର):କଥାରେ ଅଛି ଯେ ପାଂଚେ ପରର ମନ୍ଦ ତା ପାଇଁ ପାଂଚନ୍ତି ଗୋବିନ୍ଦ । ଏହା ବାରମ୍ବାର ପ୍ରମାଣିତ ମଧ୍ୟ ହୋଇଛି । ଆଜି ମଧ୍ୟ ପ୍ରମାଣିତ ହୋଇଛି ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତର ମାଧପୁର ଗାଁରେ । ଗାଁର ଚକ୍ରଧର ସାହୁ ନାମକ ବ୍ୟକ୍ତି ଦୀର୍ଘ ଦିନ ହେଲା ବିଭିନ୍ନ ଦୋକାନରୁ ଦେଶୀ ମଦ ଆଣି ନିଜ ଗାଁରେ ବିକ୍ରି କରୁଥିଲା । ସ୍ଥାନୀୟ ଲୋକେ ଏହାର ଘୋର ବିରୋଧ କରୁଥିଲେ ।

ଏହି ମଦ ବ୍ୟବସାୟ କୁ କେନ୍ଦ୍ର କରି ଅନେକ ସମୟରେ ଗାଁରେ କଳି ଝଗଡା ମଧ୍ୟ ଲାଗେ । ଗାଁରେ ଅଶାନ୍ତି ସୃଷ୍ଟି ହେଉଥିବା ଯୋଗୁଁ ଗାଁ ଲୋକେ ବଡ ଚିନ୍ତାରେ ଥିଲେ । ଅନେକ ସମୟରେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ପାଖରେ ଅଭିଯୋଗ କଲେ ମଧ୍ୟ ଚକ୍ରଧର ସହିତ ସଂପୃକ୍ତ ବିଭାଗର କେତେକ ଦୁର୍ନିତିଗ୍ରସ୍ତ କର୍ମଚାରୀଙ୍କ ଭିତିରି ସଂପର୍କ ଯୋଗୁଁ କିଛି ଲାଭ ହେଉନଥିଲା ।

ସେପଟେ ଚକ୍ରଧରକୁ ବାରମ୍ବାର ଗାଁ ଲୋକେ ବିରୋଧ କରିବା ପାଇଁ ବିଭିନ୍ନ ଉପାୟ କରୁଥିଲା । ଚକ୍ରଧର ସିନା ମଦ ଆଣୁଥିଲା କିନ୍ତୁ ମଦ କୁ ଅନ୍ୟ ଭଦ୍ର ଲୋକଙ୍କ ବାଡିରେ ଲୁଚାଇ ରଖୁଥିଲା । ଗରାଖ ଆସିଲେ ପୂର୍ବରୁ ରଖିଥିବା ମଦକୁ ଆଣି ବିକ୍ରି କରିଥାଏ । ଯାହାକି ଗ୍ରାମବାସୀଙ୍କୁ ଭାରି ଅଡୁଆରେ ପକାଇଥିଲା । ଚକ୍ରଧର ମଦ କାରବାରକୁ ବିରୋଧ କରୁଥିବା ଲୋକଙ୍କ ନାଁରେ ମିଛରେ ଅବକାରୀ ବିଭାଗ ନିକଟରେ ଅଭିଯୋଗ କଲା ।

ଅବକାରୀ ବିଭାଗ କର୍ମଚାରୀ ପୂର୍ବ ଯୋଜନା ମୁତାବକ ଆସି କେତେକ ଗ୍ରାମବାସୀଙ୍କ ଘରେ ତଲାସି କରି ବିପଂଳ ହୋଇଥିଲେ । ଗତକାଲି ବିଳମ୍ବିତ ରାତ୍ରୀରେ ଚକ୍ରଧର କିଛି ଦେଶୀ ମଦ ଗାଁକୁ ଆଣୁଥିବା ଖବର ପାଇ ଗାଁ ଲୋକେ ତାକୁ ଅଟକାଇଥିଲେ । ତା ନିକଟରୁ ଦେଶୀ ମଦ ବାହାରିବା ପରେ କେଉଁଆଡେ ପେଂରାର ହୋଇଯିବା ଆଶଙ୍କାରେ ତାର ହାତ ଓ ଗୋଡକୁ ବାନ୍ଧି ପକାଇଥିଲେ ।

ଆଜି ସକାଳୁ ପୋଲିସ କୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ଚକ୍ରଧରକୁ ନିଜ ହେପାଜତକୁ ନେଇ ମାମଲାର ଅନୁସନ୍ଧାନ ଆରମ୍ଭ କରିଛି । ସେପଟେ କିଭଳି ଏହି ମାଧପୁର ଗାଁରେ ମଦ କାରବାର ସଂପୁର୍ଣ୍ଣ ବନ୍ଦ ହେବ ଏଥିପାଇଁ ପୁରା ଅଂଟାଭିଡିଛନ୍ତି ଗାଁ ଲୋକେ । ଗାଁର ଶତାଧିକ ଲୋକେ ଏକତ୍ରିତ ହୋଇ ଏକ ଦରଖାସ୍ତ ପାଣିକୋଇଲି ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।

ଗ୍ରାମବାସୀଙ୍କ ପକ୍ଷରୁ ନରେନ୍ଦ୍ର ସାହୁ,ଅଶୋକ ଦାସ,ବଳରାମ ସାହୁ,ଧନେଶ୍ୱର ପ୍ରଧାନ,ସେବତୀ ପ୍ରଧାନ,ମାଧ ପ୍ରଧାନ,କାର୍ତିକ ପ୍ରଧାନ,ନକୁଳ ଜେନା,ଶତୃଘନ ସାହୁ,ନିତ୍ୟାନନ୍ଦ ସାହୁ,ବାବୁନା ସାହୁ,କାର୍ତିକ ସାହୁ,ଭାରତୀ ସାହୁ,ପଦ୍ମାବତୀ ଜେନା,ସରସ୍ୱତୀ ସାହୁ,ରଶ୍ମିତା ସାହୁ,ସବିତା ସାହୁ,ବାସନ୍ତୀ ସାହୁ,ତଅପୋଇ ଜେନା,ତୃପ୍ତି ମହାନ୍ତି,ପୁଷ୍ପଲତା ମହାନ୍ତି,ରାଜଶ୍ରୀ ମହାନ୍ତି,ସୁଚିଶ୍ମିତା ମହାନ୍ତି ଙ୍କ ସମତେ ବହୁ ପୁରୁଷ ଓ ମହିଳାଙ୍କ ଦସ୍ତଖତରେ ଏହି ଆବଦେନ ପତ୍ର ପୋଲିସକୁ ପ୍ରଦାନ କରାଯାଇଛି । ଯଦି ଆଗାମୀ ଦିନରେ ମଦ କାରବାର ସଂପୁର୍ଣ୍ଣ ବନ୍ଦ ନ ହୁଏ ରାସ୍ତାରୋକ କରିବାକୁ ଚେତାବନି ଦେଇଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *

You cannot copy content of this page