କଲିକତାରୁ ଯାଜପୁର କୁ ଆସୁଛି ବିଦେଶୀ ମଦ।

0
ଯାଜପୁର(ସଂକେତ ଖବର)

କଲିକତାରୁ ପରିବା ଗାଡିରେ ବିଦେଶୀ ମଦ ଆସୁଥିବା ବେଳେ ଅବକାରି ବିଭାଗ ହାତରେ ଧରାପଡିଲା । ଯାଜପୁର ବାଳାଶ୍ରମ ପଡିଆ ପରିବା ମାର୍କେଟ ନିକଟରେ ଅବକାରୀ ବିଭାଗ ଏକ ଗାଡିକୁ ଜବତ କରି ସେଥିରୁ ୪୫ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଜବତ ମଦ ଗୁଡିକ ନାମି ଦାମୀ ବ୍ରାଣ୍ଡର ଥିବା ଜଣାପଡିଛି । ଜବତ ମଦର ଆନୁମାନିକ ମୂଲ୍ୟ ୩ରୁ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଓଡିଶାରେ ଏବେ ମଦ ମିଳୁନଥିବାରୁ ରାଜ୍ୟ ବାହାରୁ ଏଭଳି ଚୋରା ଆମଦାନି ହେଉଛି ।ଏହି ଘଟଣାରେ ପୋଲିସ ଜଣକୁ ଗିରପଂ କରିଛି । ଗିରପଂ ଅଭିଯୁକ୍ତ ହେଲେ ବିଂଝାରପୁର ଥାନା ଉଡରଂଗ ଅଂଚଳର ଦିପ୍ତିରଂଜନ ରାଉତ । ଏହି ଘଟଣାରେ ପରିବା ଗାଡି କୁ ଜବତ କରିବା ସହିତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page