ବିସ୍ମୟ ବାଳକ ଟୋନି ହଗେଲ୍!
![](https://www.sanketkhabar.com/wp-content/uploads/2020/07/FB_IMG_1595081791618.jpg)
ଦୃଢ ଇଚ୍ଛାଶକ୍ତୀ ଆଉ ସଙ୍କଳ୍ପ ପାଖରେ ଅସମ୍ଭବବି ସମ୍ଭବ ହୋଇପାରେ ଏକଥା ପ୍ରମାଣିତ କରିଛନ୍ତି ଇଂଲଣ୍ଡର ୫ ବର୍ଷର ବିସ୍ମୟ ବାଳକ ଟୋନି ହଗେଲ୍। ଜନ୍ମରୁ ଦୁଇଟି ଯାକ ପାଦ ହରାଇଥିବା ଟୋନି କୃତ୍ରିମ ପାଦ ସାହାର୍ଯ୍ୟରେ ୧୦ କି.ମି ରାସ୍ତା ଚାଲିବା ସହ ପ୍ରତିବଦଳରେ ୧ ମିଲିୟନ ପାଉଣ୍ଡ (୯,୩୨,୨୯,୪୫୧) ଅର୍ଥ ସଂଗ୍ରହ କରିବାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା। ଶତାୟୁ କ୍ୟାପଟେନ୍ ଟମ୍ ମୁରେଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଟୋନି ହଗେଲ୍ ଏଭଳି ନିଷ୍ପତ୍ତି ନେଇଥିବା କଥା ଶୁଣିବାକୁ ମିଳୁଛି। ଟୋନି ଜନ୍ମରୁ ଚିକିତ୍ସିତ ହେଉଥିବା ଏଭଲିନା ଲଣ୍ଡନ ଚିଲଡ୍ରେନ ହସ୍ପିଟାଲ୍ ପାଇଁ ଏହି ସଂଗୃହିତ ଅର୍ଥକୁ ପ୍ରଦାନ କରିଛନ୍ତି ବୋଲି ତାଙ୍କ ପାଳିତ ମା’ ପାଓଲା ହଗେଲ୍ କହିଛନ୍ତି।
ଏଠାରେ ସ୍ମରଣଯୋଗ୍ୟ କିଛିଦିନ ପୂର୍ବେ ଇଂଲଣ୍ଡର ଅବସରପ୍ରାପ୍ତ କ୍ୟାପଟେନ୍ ଟମ୍ ମୁରେ ତାଙ୍କ ଶହେ ତମ ଜନ୍ମଦିନ ଅବସରରେ ସମସ୍ତ ପ୍ରତିକୂଳତା ମଧ୍ୟରେ ଛୋଟା ଗୋଡରେ ନିଜ ଘର ଚତୁର୍ପ୍ବାର୍ଶରେ ଶହେଥର ବୁଲିବାକୁ ନେଇ ୩୩ ମିଲିୟନ ( ୩,୦୭,୬୫,୭୧,୯୧୫) ଅର୍ଥ(ଦାନ)ରାଶି ସଂଗ୍ରହ କରିଥିଲେ। ୨୦୧୬ ମସିହାରେ ପୌଷ୍ୟ ପୁତ୍ର ଭାବରେ ଗ୍ରହଣ ହୋଇଥିବା ଟୋନି ନିଜର ଆଦର୍ଶ ଭାବରେ ଟମ୍ ମୁରେଙ୍କ ପଦାଙ୍କ ଅନୁସରଣ କରି ଏବେ ସାରା ଇଂଲଣ୍ଡରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜଣେ ୫ ବର୍ଷର ଦିବ୍ୟାଙ୍ଗ ଶିଶୁର ଏଭଳି ଚମତ୍କାରିତା ସମସ୍ତଙ୍କୁ ତାଜୁବ୍ କରିଦେଇଛି।