ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ପରିଦର୍ଶକଙ୍କ ଦେହାନ୍ତ

0

ଯାଜପୁର (ସଙ୍କେତ ଖବର): ବିଂଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ପରିଦର୍ଶକ ସେକ ଅବୁମଞ୍ଜର(୫୪)ଙ୍କ ଗତକାଲି ମଧ୍ୟାହ୍ଣରେ ଦେହାନ୍ତ ହୋଇଛି। ସେ କିଛିଦିନ ହେଲା ମଧୁମେୟ ରୋଗ ସହ ଯକୃତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ସ୍ଵାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ପରିବାର ଲୋକ ଗତ ଶନିବାର କଟକର ଏକ ଘରୋଇ ହଷ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ଏହି ଖବର ପ୍ରଚାର ହେଲାପରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ଝିଅ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ। ମର ଶରୀରକୁ ଅପରାହ୍ଣରେ ଗ୍ରାମକୁ ଅଣାଯାଇଥିଲା। ଖବର ପାଇ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସମିର ବରଣ ଦାସ, ଡା କ୍ଷୀତିଶ କୁମାର ନାୟକ, ଡା ବୈକୁଣ୍ଠ ବେହେରା, ବିପିଏମ ବିନୋଦ ବିହାରୀ ସାହୁ, ଆଶିର୍ବାଦ ସାହୁ, ଭାଗିରଥି ସାମଲ, ନିଳୟ କୁଅଁର, ଦୀବ୍ୟପ୍ରକାଶ ପଣ୍ଡାଙ୍କ ସମେତ ଗ୍ରାମର ବହୁ ବିଶିଷ୍ଟ ଲୋକ ପହଞ୍ଚି ଶେଷ ଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page