ସ୍ମାର୍ଟ ସ୍କୁଲ ପାଚେରୀରେ ଅଶୁଦ୍ଧ ଓଡ଼ିଆ

0

ଦଶରଥପୁର (ସଂକେତ ଖବର ) ସ୍ମାର୍ଟ ସ୍କୁଲ ତଥା ୫ଟି ରୂପାନ୍ତିରିତ ବିଦ୍ୟାଳୟ ପାଚେରୀରେ ଅଶୁଦ୍ଧ ଓଡ଼ିଆ ଲିଖନକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି । ଘଟଣାକୁ ନେଇ କିଛି  ଅବିଭାବକ ଓ ବୁଦ୍ଧିଜୀବୀ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ଅଶୁଦ୍ଧ ଓଡ଼ିଆ ଲିଖନି ସଂଶୋଧନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଦଶରଥପୁର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ସର୍ବପୁରାତନ ରାମବାଗ  ଉଚ୍ଚ ବିଦ୍ୟାଳୟକୁ ସରକାରଙ୍କ ସ୍ମାର୍ଟ ସ୍କୁଲ ରୂପାନ୍ତରଣ ଯୋଜନାରେ ରୂପାନ୍ତରିତ କରାଯାଇଛି । ବିଦ୍ୟାଳୟ ପରିସରରେ ସ୍ମାର୍ଟ ଶ୍ରେଣୀ ଗୃହ, ବିଜ୍ଞାନାଗାର , ଇ-ଲାଇବ୍ରେରୀ ଆଦି ନିର୍ମାଣ କରାଯିବା ସହିତ ବିଦ୍ୟାଳୟର ଶିକ୍ଷା ଭିର୍ତ୍ତିଭୂମିକୁ ସୁଦୃଢ଼ କରାଯାଇଥିବା ବେଳେ ବିଦ୍ୟାଳୟ ପାଚେରୀରେ ଏକାଧିକ ମହାପୁରୁଷଙ୍କ ପ୍ରତିଛବି ଅଙ୍କନ କରାଯାଇଛି ।ଏଥିରେ ଓଡ଼ିଆ ଭାଷାରେ ଲିଖିତ ଶିକ୍ଷଣୀୟ ନିତିବାଣୀକୁ ତୃଟିପୂର୍ଣ୍ଣଭାବେ ପ୍ରଦର୍ଶିତ କରାଯାଇଥିବାରୁ  ସ୍ଥାନୀୟ ଅବିଭାବକ ଓ ବୁଦ୍ଧିଜୀବୀ ଙ୍କ ପକ୍ଷରୁ   ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରିବା ସହିତ ତୃଟିପୂର୍ଣ୍ଣ ଓଡ଼ିଆ ଶବ୍ଦକୁ ସଂଶୋଧନ କରିବାକୁ ଅନୁରୋଧ କରିଥିଲେ ।  ମାତ୍ର ବିଦ୍ୟାଳୟ କର୍ତ୍ତୁପକ୍ଷ ଏହି କାର୍ଯ୍ୟ ସମ୍ପୃକ୍ତ ରୂପାନ୍ତରଣ କରୁଥିବା ଠକାଦାରଙ୍କ ଅଧିନରେ ଥିବାରୁ ଏଥିରେ ଆମେ କିଛି କରି ପାରିବୁ ନାହିଁ ମତାମତ ରଖିଛନ୍ତି । ଏପର୍ଯ୍ୟନ୍ତ ବିଦ୍ୟାଳୟ ପକ୍ଷରୁ ତୃଟି ସଂଶୋଧନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବା
ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page