ଯୁବକଙ୍କୁ ପଥରରେ ଛେଚି ହତ୍ୟା#BreakingNews

0

ଭୂବନେଶ୍ୱର (ସଙ୍କେତ ଖବର): ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା ଅଭିଯୋଗ । ଖାରବେଳ ନଗର ଥାନା ଅନ୍ତର୍ଗତ ସ୍ୱସ୍ତି ଗ୍ରାଣ୍ଡ ହୋଟେଲ ପଛ ପଟେ ଘଟିଛି ଘଟଣା । ମୃତକ ଜଣକ ଭଦ୍ରକ ପୁରୁଣା ବଜାରର, ଅବଦୁଲ ବୋଲି ଜଣାପଡିଛି । ଟ୍ରକରେ ହେଲପର କାମ କରୁଥିଲା ଅବଦୁଲ । ହତ୍ୟାକାରୀକୁ ଗିରଫ କରିଛି ଖରବେଳନଗର ଥାନା ପୋଲିସ । ଅଭିଯୁକ୍ତ ଘର ଯାଜପୁର ଧର୍ମଶାଳାର ସୁମୁ ସିଂ , ବୟସ ୨୪ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

You cannot copy content of this page