ପାଣି ଆଣିବା ବେଳେ ଗଭୀର କୂଅରେ ଖସି ପଡିଲେ ଯୁବତୀ: ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି

0

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଳକର କଟିମାହା ପଞ୍ଚାୟତରେ ଘଟିଛି ଏକ ଅଭାବନିୟ ଘଟଣା। ଘଟଣା ପ୍ରକାରେ ଏକ ନିଶ୍ଚିତ ମୃତ୍ୟୁ ମୁଖରେ ଜଣେ ଯୁବତୀ ଜୀବନ ଫେରିପାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟିମାହା ଅଞ୍ଚଳର ଜନୈକା ଯୁବତୀ ନିଜ ଘରର କିଛି ଦୂରରେ ଥିବା ଏକ କୂଅରୁ ପାଣି ଆଣିବା ବେଳେ ଅଚାନକ ଭାବେ କୂଅ ମଧ୍ୟରେ ପଡ଼ିଯାଇଥିଲେ। ପଡ଼ିଯିବା ଫଳରେ ତାଙ୍କର ମୁଣ୍ଡ ଫାଟିବା ସହିତ ଗୁରୁତର ଆହତ ହୋଇଥିଲେ। ତେବେ ସେହି ସମୟରେ ସେଠାରେ ଖେଳୁଥିବା କିଛି ଛୋଟ ଛୋଟ ପିଲାମାନେ ଏହା ଦେଖି ପାଟି କରିବାରୁ ଗ୍ରମବାସୀ ରୁଣ୍ଡ ହୋଇଥିଲେ ମଧ୍ୟ ଗଭୀର କୂଅରୁ ବାହାର କରିବା ପାଇଁ କେହି ସାହାସ ଜୁଟାଇ ପାରିନଥିଲେ। ଏନେଇ ଗ୍ରାମବାସୀ ମାନେ ତୁରନ୍ତ ଟିକାବାଲି ଅଗ୍ନିଶମ ବିଭାଗ ସହିତ ଟିମ୍ ହ୍ୟୁମାନିଟର ସଦସ୍ୟ ହିରୋ ନାୟକ ଓ ନୀଳମାଧବ ପାତ୍ରଙ୍କୁ ଜଣାଇଥିଲେ । ଅଗ୍ନିଶମ ବାହିନିର କର୍ମଚାରୀ ଓ ସ୍ୱେଚ୍ଛାସେବୀ ମାନେ କଟିମାହା ଗ୍ରାମରେ ପହଞ୍ଚି କୂଅରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଯୁବତୀ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତେବେ ଅଗ୍ନିଶମ ବାହିନି ଓ ସ୍ୱେଚ୍ଛାସେବୀ ମାନଙ୍କର ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ଯୁବତୀ ଜଣକ ବର୍ତ୍ତିଥିବା ବେଳେ ଗ୍ରାମାବସୀ ଓ ଯୁବତୀଙ୍କ ପରିବାର ପକ୍ଷରୁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page