ଫ୍ୟାନ ରେ ରସି ଲଗାଇ ଯୁବକର ଆତ୍ମହତ୍ୟା

0

ବରୀ (ସଙ୍କେତ ଖବର)- ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଉଦୟନାଥପୁର ପଂଚାୟତରେ ଘଟିଛି ଅଭାବନୀୟ ଘଟଣା। ସୂଚନାଯୋଗ୍ୟ ଉଦୟନାଥପୁର ଗ୍ରାମର ଗୋବିନ୍ଦ ବେହେରା ବରୀ ବାଲିଆପାଳ ଛକ ନିକଟରେ ଏକ ନୂତନ ଘର କରି କିଛିଦିନ ହେଲା ରହୁଥିଲେ । ତାଙ୍କ ପୁଅ ଗୌରାଙ୍ଗ ବେହେରା (୨୨) ଆଇଟିଆଇ ପଢ଼ିବା ପରେ କିଛି କାମ ଧନ୍ଦା ନପାଇ ମାନସିକ ବିକାରଗ୍ରସ୍ତ ଥିଲେ ବୋଲି ସୂଚନା ମିଳିଛି । ଆଜି ସେ ରହୁଥିବା ଘରେ ଫ୍ୟାନ ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଘର ଲୋକ ଦେଖିବାକୁ ପାଇଥିଲେ । ଅପର ପକ୍ଷରେ ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁଯାୟୀ ପୁଅ ଗୋରକ୍ଷଙ୍ଗ ବାପାଙ୍କୁ ଏକ ନୂଆ ମଟରସାଇକେଲ କିଣିବାକୁ ଟଙ୍କା ମାଗିଥିଲେ ବାପା ଧନେଶ୍ଵର ବେହେରା ମନା କରିବାରୁ ପୁଅ ଗୌରାଙ୍ଗ ଆତ୍ମହତ୍ୟା କରିଥିବା ଜଣାପଡିଛି । ସେପଟେ ପାଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

You cannot copy content of this page