୫ରେ ବିଜୁ ଯୁବ ଜନତା ଦଳର ମହାସମାବେଶ,ଯୋଗ ଦେବେ ୩୦ ହଜାରରୁ ଉର୍ଦ୍ଧ ଯୁବକ

0

କ୍ରମାଗତ ତୈଳ ଦର ବୃଦ୍ଧିର ଜବାବ ଦେବ ବିଜୁ ଯୁବ ଜନତା ଦଳ: ପ୍ରତାପ ମହାନ୍ତି ।

ଯାଜପୁର (ଏସ ରାୟ): ଦେଶରେ ଯେଉଁଭଳି ପ୍ରତିଦିନ ହୁ ହୁ ହୋଇ ତେଳ ଦର ବୃଦ୍ଧି ପାଉଛି ତାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଯେଉଁ କେନ୍ଦ୍ରସରକାର ଲୋକଙ୍କୁ ଆଛେଦିନର ସ୍ୱପ୍ନ ଦେଖେଇ ଶାସନକୁ ଆସିଥିଲା ତାହାର ଅସଲ ରୁପ ଧରାପଡିଯାଇଛି । ତେଣୁ ଏହି ଅହେତୁକ ଦର ବୃଦ୍ଧି ର ଜବାବ ଯୁବ ଗୋଷ୍ଠୀ ଦେବେ ବୋଲି ବିଜୁ ଯୁବ ଜନତା ଦଳ ପକ୍ଷରୁ ଚେତାବନି ଦିଆଯାଇଛି ।

ଆଜି କୁଆଖିଆସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି ଏହି ଚେତାବନୀ ଦେଇଛନ୍ତି । କେନ୍ଦ୍ରସରକାରଙ୍କ ତୈଳ ଦର ବୃଦ୍ଧି ନିଷ୍ପତି ପ୍ର୍ରତିବାଦରେ ଆସନ୍ତା ଅକ୍ଟୋବର ୫ ତାରିଖରେ କୁଆଖିଆ ଠାରେ ଜିଲାର ଯୁବ ଗୋଷ୍ଠୀ ଏକତ୍ରିତ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ଘୋଷଣା କରିଛନ୍ତି ।

ଏହି ସମାବଶେରେ ସମଗ୍ର ଜିଲ୍ଲାରୁ ୩୦ ହଜାରରୁ ଉଦ୍ଧ୍ୱର୍ ଯୁବ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଜନଜାଗରଣ ସୃଷ୍ଟି କରିବେ । ଏହି ସମାବେଶରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଯୋଗ ଦେବା ସହ ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀକୁ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ କ୍ଷିତିଶ ନାୟକ ସଂଚାଳନା କରିଥିଲେ । Sanket Khabar Advertisementଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ରାଉତ, ରସୁଲପୁର ଯୁବ ବିଜେଡି ସଭାପତି ସୁବାସ ଚନ୍ଦ୍ର ଖୁଂଟିିଆ, ବଡଚଣା ସଭାପତି ଗଣେଶ୍ୱର ବରାଳ, କୋରେଇ ସଭାପତି ପ୍ରଶାନ୍ତ ମହାପାତ୍ର, ସୁକିନ୍ଦା ସଭାପତି ଦେବୀପ୍ରସାଦ ମହାନ୍ତି, ବିଞ୍ଝାରପୁର ସଭାପତି ବିରଜା ମଲିକ, ଦଶରଥପୁର ସଭାପତି ମନିଶ ସାହୁ, ଯାଜପୁର ବ୍ଲକ ସଭାପତି ଅଜୟ ମହାନ୍ତି, ଧର୍ମଶାଳା ସଭାପତି ପ୍ରଶନ୍ନ ରାଉତ, ଦାନଗଦି ସଭାପତି ମହେଶ୍ୱର ଗୁରୁ, ବରୀ ନିର୍ବାଚନ ମଣ୍ଡଳୀର ଜିଲ୍ଲା ଉପସଭାପତି ପ୍ରଭାତ ପୃଷ୍ଟି, କୋରେଇ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଧନେଶ୍ୱର ବାରିକ, ଯାଜପୁର ସାଂସଦଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାମଲ, ଯୁବ ନେତା ଅରୁଣ କୁମାର ରାଉତ, ପ୍ରଫୁଲ ସାହୁ, ସୁଦାମ ଚରଣ ସାହୁ, ସରୋଜ ବେହେରା, କାବୁଲି ଚରଣ ପଣ୍ଡା, ରସୁଲପୁର ବ୍ଲକ ଯୁବ ବିଜେଡି ସାଧାରଣ ସମ୍ପାଦକ ସଶାଙ୍କ ସେଖର ରାଉତ, ଦିପକ ସ୍ୱାଇଁ, ସୁଧାଂଶୁ ରାଉତ, ଦେବଦତତ୍ତ ଦାସ, ଯତିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଯାଜପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ସମଗ୍ର ଯୁବ ଶକ୍ତିର ନେତୃତ୍ୱ ନେଇ କେନ୍ଦ୍ର ସରକାରଙ୍କ ରାଜ୍ୟପ୍ରତି ହେଉଥିବା ପକ୍ଷପାତିତା ନିତୀକୁ ବିରୋଧ କରିବା ଆରମ୍ଭ ହେବ ବୋଲି ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ବଡଚଣା ବ୍ଲକର ନବନିଯୁକ୍ତ ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page