ଓଡିଶୋ ଯୁବ ବିଜେଡି ପକ୍ଷରୁ ସମାଜସେବା ଓ ସଫେଇ କାର୍ଯ୍ୟକ୍ରମ

0

ଯାଜପୁର (ସଂକେତ ଖବର): ଓଡିଶାର ସର୍ବାଧିକ ଲୋକପ୍ରିୟ ଜନନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଓଡିଶୋ ଯୁବ ବିଜେଡି ପକ୍ଷରୁ ସମାଜସେବା ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶୋ ଯୁବ ବିଜେଡି ସଭାପତି ପ୍ରକାଶ କୁମାର ମଲ୍ଲୀକ ଓ ରସୁଲପୁର ବିଜେଡି ଯୁବ ସାଧାରଣ ସମ୍ପାଦକ ମନୋଜ କୁମାର ନାୟକଙ୍କ ନେତୃତ୍ୱରେ ଆଜି ଓଡିଶୋ ଅଣ୍ଡେଇଗୋଡା ସ୍ଥିତ ସ୍ବପ୍ନଶ୍ବର ବିଦ୍ୟାଳୟ ପରିସର ଓ ବଜାର ପାର୍ଶ୍ବ ରାସ୍ତାରେ ପଡିଥିବା ଅଳିଆ ଆବର୍ଜନା ସଫା କରିଥିଲେ। ସର୍ବପ୍ରଥମେ ସ୍ବାସ୍ଥ୍ୟପରୀକ୍ଷା କେନ୍ଦ୍ରକୁ ରସୁଲପୁର ବିଜେଡି ସଭାପତି ଅରୁଣ କୁମାର ରାଉତ ମୁଖ୍ୟ ଅଥିତୀ ଭାବେ ଯୋଗଦେଇ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ।

ଓଡିଶୋ ସରପଞ୍ଚ ନୀଲମ ମଲିକ,ସାଂସଦ ପ୍ରତିନିଧ୍ ରମେଶ ଚନ୍ଦ୍ର ନାୟକ ,ରସୁଲପୁର ବ୍ଲକ ପ୍ରାକ୍ତନ ଉପାଧ୍ୟକ୍ଷ ସୂର୍ଯ୍ୟମଣି ପଣ୍ଡା,ଓଡିଶୋ ପୂର୍ବତନ ସରପଞ୍ଚ ଲୋକନାଥ ପଣ୍ଡା,ଓଡିଶା ବିଜେଡି ସଭାପତି ଜ୍ଞାନରଂଜନ ରଥ ,ଜିଲ୍ଲା ବିଜେଡି ଯୁବ ଉପସଭାପତି ସୁବ୍ରତ କୁମାର ଧଳ,ଜିଲ୍ଲା ବିଜେଡି ଯୁବ ସାଧାରଣ ସମ୍ପାଦକ ମନୋଜ କୁମାର ରାଉତ,ପ୍ରାକୃନ ଜିଲ୍ଲା ପରିଷଦ ଆକୁଳାନନ୍ଦ ଜେନାମଣି,ଓଡିଶୋ ସରପଞ୍ଚ ପ୍ରତିନିଧୂ ପ୍ରକାଶ ମଲିକ,ଧର୍ମଶାଳା ବିଜେଡି ଯୁବ ଉପସଭାପତି ଅରୁଣ ପ୍ରସାଦ ଶତପଥୀ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଆୟୋଜକ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ଧର୍ମଶାଳା ବିଧାୟକ ପ୍ରତିନିଧୂ ଅରୁଣ କୁମାର ରାଉତ,ଓଡିଶୋ ବିଜେଡି ସଭାପତି ଜ୍ଞାନରଂଜନ ରଥ, ପଞ୍ଚାୟତ ବରିଷ୍ଠ ବିଜେଡି କର୍ମୀ ଓଡିଶୋ ନ୍ୟାୟବସରପଞ୍ଚ ଗୋପାଳ ଚନ୍ଦ୍ର ବେହେରା, ମୋହନ ଚରଣ ରାଉତ, କାହ୍ନୁଚରଣ ରାଉତ, ରଘୁନାଥ ସାହୁ ପ୍ରମୁଖଙ୍କୁ ଉତ୍ତୋରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ ।

ଓଡିଶୋ ଛାତ୍ର ସଭାପତି ସିଦ୍ଧାନ୍ତ ଜେନା ,ଓଡିଶୋ ପଞ୍ଚାୟତ ଗାର୍ଲସ୍ ଉଇଙ୍ଗ ସଭାନେତ୍ରୀ ସବିତା ମିଶ୍ର ,ସମ୍ପାଦିକା ସୁନନ୍ଦା ମଲିକ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଓଡିଶୋ ଯୁବ ବିଜେଡି ୱାର୍ଡ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ମଧୁବନ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରର ସହକାରୀ ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ରହି ସାଧାରଣ ରୋଗୀ ଙ୍କ ସ୍ବାସ୍ଥ୍ୟପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page