ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ କରୋନା ସଚେତନତା

ଯାଜପୁର(ସଙ୍କେତ ଖବର): କରୋନା ଭାଇରସ୍ର ଦ୍ୱିତୀୟ ଲହରୀର ଭୟାଭୟତାକୁ ଦୃଷ୍ଟିରେ ରଖି ଯାଜପୁର ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଦଶରଥପୁର ବ୍ଲକ ତଥା ପୂର୍ବ ଯାଜପୁରର ପ୍ରମୁଖ ବଜାର ମଙ୍ଗଳପୁର ଠାରେ ଏକ ସେଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ଛାତ୍ର ବିଜେଡି ସଭାପତି ଚିନ୍ମୟ କୁମାର ମାହୁନ୍ତ, ଉପ-ସଭାପତି ପାର୍ଥସାରଥି ମହାପାତ୍ରଙ୍କ ନେତୃତ୍ୱରେ ହିମାଂଶୁ ଶେଖର ନାୟକ, ତପନ ରାଉତ, ସୁମନ ନାୟକ, ଧର୍ମେନ୍ଦ୍ର ଦଳାଇ, ପ୍ରୀୟରଞ୍ଜନ କର, ସୁଭମ ନାୟକ, ସୌମ୍ୟରଞ୍ଜନ ବାରିକ, ବିନାୟକ ଧଳ, ଜ୍ୟୋତିରଞ୍ଜନ ପରିଡା, ସୌଭାଗ୍ୟ ରଞ୍ଜନ ଦାସ, ଚିତରଞ୍ଜନ ବେହୁରିଆ, ମହମ୍ମଦ ଉମର, ହିରଣ୍ୟ ମହାପାତ୍ର, ଶକ୍ତି ପ୍ରକାଶ, ଆର୍ଯ୍ୟମନ ଅଗ୍ନିହୋତ୍ରୀ, ଅଭିଜିତ୍ ପତି, ଆଫନ୍ ଇଲ୍ଲାମ୍, ଅସିସ୍ କର, ଅଭିଶେଖ ପଣ୍ଡା, ଦେବାଶିଷ ନାୟକ, ଆକାଶ ମହାଳିକଙ୍କ ସମେତ ମଙ୍ଗଳପୁର ସରପଂଚଞ୍ଚ ଶିଶିର କୁମାର ଧଳ, ଦୀପକ ବାରିକ, ପ୍ରଦୀପ ମହାପାତ୍ର, ସୁଶାନ୍ତ ସାହୁ, ତିମିରକାନ୍ତ ସେନାପତି, ରାକେଶ ସାହୁ ଓ ଅଶୋକ ଦାସ ଫାଉଣ୍ଡେସନର କାର୍ଯ୍ୟକର୍ତା ଶ୍ରୀକାନ୍ତ ସ୍ୱାଇଁ ପ୍ରମୁଖ ବିଧାୟକ ଶ୍ରୀ ଦାସଙ୍କ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କରୋନା ବାର୍ତା ପହଞ୍ଚାଇବା ସହିତ ମାକ୍ସ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ହାତର ସ୍ୱଚ୍ଛତା ଓ ଆବଶ୍ୟକ ନଥିଲେ ବାହାରକୁ ନବାହାରିବା କଥାକୁ ଲୋକଙ୍କ ନିକଟରେ ପହଂଚାଇଥିଲେ । ଏହି ପରିପ୍ରେକ୍ଷୀରେ ସମସ୍ତ ବିଜେଡି କାର୍ଯ୍ୟକର୍ତା ମଙ୍ଗଳପୁର ବଜାର, ମେଡିକାଲ, ଥାନାରେ ପହଂଚି ବଜାରର ବ୍ୟବସାୟୀ, ଗ୍ରାହକଙ୍କ ସମେତ ମେଡିକାଲ ଓ ଥାନାର କର୍ମଚାରୀଙ୍କୁ ମାସ୍କ, ସାନିଟାଇଜର ଆଦି କିଟ୍ ବଂଟନ କରିଥିଲେ ।
