ତାଜା ଖବର ଓଡିଶା ପ୍ରଦେଶ କିଷାନ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କ ଦାରିଙ୍ଗବାଡ଼ି ଗସ୍ତ SANKETKHABAR March 26, 2021 0 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶା ପ୍ରଦେଶ କଂଗ୍ରେସ କିଷାନ କମିଟି ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଦାରିଙ୍ଗବାଡ଼ି ଗସ୍ତରେ ଯିବା ସହିତ ଅଞ୍ଚଳରେ ଥିବା ଶୀତଳଭଣ୍ଡାର ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ବ୍ଳକର ୧୨ ଟି ସ୍ଥାନରେ ବାଲିଗୁଡ଼ା ଆଇ.ଟି.ଡ଼ି.ଏ ପକ୍ଷରୁ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲେ ମଧ୍ୟ ଗୋଟିଏ ମଧ୍ୟ କାର୍ଯ୍ୟକାରି ହେଉନଥିବା ଦେଖି ସେ ଅସନ୍ତୋଷ ପ୍ରକାଶ କରିବା ସହିତ ଏହା ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇ କହିଥିଲେ ଯେ, ୨୦୧୫ ମସିହାରୁ ଏହି ସବୁ ଶୀତଳ ଭଣ୍ଡାର ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଥିଲେ ମଧ୍ୟ ତାହା କୌଣସି ପ୍ରକାର କାର୍ଯ୍ୟକାରି ହେଉନାହିଁ। ବର୍ତ୍ତମାନ ଅନେକ ଅସାମାଜିକ ମାନଙ୍କର ଆଡ଼ାସ୍ଥଳ ପାଲଟିଥିବା ବେଳେ ଆଉ କିଛି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି। ସେହିଭଳି କେତେକ ସ୍ଥାନରେ ଶୀତଳ ଭଣ୍ଡାରକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଚାଷୀଙ୍କ ପାଇଁ ଏହି ସବୁ ଶୀତଳ ଭଣ୍ଡାର ଉର୍ଦ୍ଧିଷ୍ଟ ଥିଲେ ମଧ୍ୟ ତାହା ଚାଷୀଙ୍କର କୌଣସି କାର୍ଯ୍ୟରେ ଆସୁନାହିଁ। ଫଳରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ତୁରନ୍ତ ଜିଲା ଓ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟିଦେଇ ସମସ୍ତ ଶୀତଳ ଭଣ୍ଡାର କାର୍ଯ୍ୟକାରି କରିବା ଦିଗରେ ସେ ଦାବି କରିଥିଲେ। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଦାରିଙ୍ଗବାଡ଼ି ବ୍ଳକ ଅଧ୍ୟକ୍ଷ ରୁଦା ମଲିକ , ଜିଲା କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମଘନ ପ୍ରଧାନ , ବ୍ଳକ ଓବିସି ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ସାହୁ , ବରିଷ୍ଠ କଂଗ୍ରେସ କର୍ମୀ ରାଧାକାନ୍ତ ପ୍ରଧାନ ,ଶରତ ପ୍ରଧାନ , ପ୍ରଭଞ୍ଜନ ନାୟକ , ଚକ୍ରଧର ମଲିକ , ପ୍ରଦୀପ ମଲିକ , କରମ ସିଂ ପ୍ରମୁଖଙ୍କ ସମେତ ଯୁବ କଂଗ୍ରେସ ନେତା ମାନେ ଉପସ୍ଥିତ ଥିଲେ। ଏହି ଅବସରରେ କିଷାନ କମିଟି ପକ୍ଷରୁ ଚାଷୀ ମାନଙ୍କ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି। Tags: baliguda, Congress, daringibadi Continue Reading Previous ବାଲିଗୁଡାରେ ଭାରତ ବନ୍ଦ ସଫଳNext ତିନୋଟି ଗାଡି ସହ ଗଞ୍ଜେଇ ଜବତ : ୪ଜଣ ଗିରଫ More Stories ତାଜା ଖବର ଯାଜପୁର ରାଜ୍ୟ ଲୋକଙ୍କ ସମସ୍ୟା ନେଇ 5-ଟି ସଚିବଙ୍କୁ ଭେଟିବ ବିଜେପି SANKETKHABAR August 25, 2023 0 ତାଜା ଖବର ଦେଶ ବିଦେଶ ନୂଆଦିଲ୍ଲୀର ହାଉଜଖାସ ରଥଯାତ୍ରା ରେ ସାମିଲ ହେଲେ ରାଷ୍ଟ୍ରପତି। SANKETKHABAR June 21, 2023 0 ତାଜା ଖବର ଦେଶ ବିଦେଶ ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା SANKETKHABAR June 21, 2023 0 Leave a Reply Cancel replyYour email address will not be published. Required fields are marked *Comment * Name * Email * Website Notify me of follow-up comments by email. Notify me of new posts by email. Δ