ଟଙ୍କା ନିଅ, ଭୋଟ ଦିଅ କହି ନୋଟ ବାଣ୍ଟୁଥିବା ସରପଞ୍ଚ ପ୍ରାର୍ଥୀଙ୍କୁ ବାନ୍ଧିଲେ ଗାଁ ଲୋକ

0

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଦୁଇଟି ବ୍ଲକର ବଡ଼ସାହି ଓ ଉଦଳାର ୫ଟି ଜିଲ୍ଲା ପରିଷଦ ଆସନ ତଥା ସରପଞ୍ଚ ଓ ସମିତି ସଭ୍ୟ ଆସନ ପାଇଁ ମତଦାନ ହେଉଛି। ୫୪୦ ବୁଥ୍‌ରେ ୧ ଲକ୍ଷ ୬୬ ହଜାର ୮୩୬ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି। ତେବେ ଗତକାଲି ରାତିରେ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧୀନ ଟଙ୍ଗାଶୋଳ ପଞ୍ଚାୟତର ଏକ ଗାଁରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ଯାହାର ଭିଡିଓ ଏବେ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସ୍ଥାନୀୟ ଜଣେ ସରପଞ୍ଚ ପ୍ରାର୍ଥୀ ଭୋଟ୍ ପାଇଁ ଟଙ୍କା ବାଣ୍ଟୁଥିଲେ। ଏହି ସମୟରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ କାବୁ କରିବା ସହ ବାନ୍ଧି ମାଡ଼ ମାରିଥିଲେ। ଭୋରରେ ସ୍ଥାନୀୟ ପୁଲିସ ପହଞ୍ଚି ସଂପୃକ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରିଥିଲା।

Leave a Reply

Your email address will not be published. Required fields are marked *

You cannot copy content of this page