ଟୀକା କରଣକୁ ନେଇ ବିଜେପି ଉପରେ ବର୍ଷିଲେ ସତ୍ୟ ପ୍ରକାଶ ନାୟକ ।

0

ଭୁବନେଶ୍ଵର (ସଙ୍କେତ ଖବର): ଦେଶରେ ଟୀକାକରଣକୁ ନେଇ ରାଜ୍ୟରେ ବିଜେପି ନେତା ଲୋକଙ୍କୁ ମିଛ କହିବା ବନ୍ଦ କରୁ ବୋଲି ପ୍ରଦେଶ କଂଗ୍ରେସ କହିଛି । ଭାରତର ଟୀକା କରଣ ସାରା ବିଶ୍ୱରେ ସର୍ବବୃହତ ଓ ଏକ ନମ୍ବର ବୋଲି ବିଜେପି ଛାତି ବାଡେଇ ପ୍ରଚାର କରୁଛି । ଅସଲରେ ଗତ ଜାନୁଆରୀ ୧୬ରୁ ଟୀକା ଅଭିଯାନ ଆରମ୍ଭ ହୋଇଥିଲା ।ଏବେ ଯାଏଁ ଗତ ୪ ମାସ ମଧ୍ୟରେ ଭାରତରେ ମାତ୍ର ୩ ପ୍ରତିଶତ ଲୋକଙ୍କୁ ଟୀକା ଦିଆଯାଇ ପାରିଛି । ଅନ୍ୟ ପଟେ ଅମେରିକାରେ ଶତ୩୦ ପ୍ରତିଶତ ଲୋକ ସମ୍ପୂର୍ଣ ଟୀକା ଡୋଜ୍ ନେଇ ସାରିଲେଣି । ଭାରତରେ ମୋଟ ୧୭ କୋଟି ୮୦ ଲକ୍ଷ ଲେକଙ୍କୁ ଟୀକା ଦିଆ ଯାଇଥିବା ବେଳେ ଆମେରିକାରେ ୨୬ କୋଟି ୭୦ଲକ୍ଷ ଲୋକ ଓ ଚିନ୍ ଶତ୩୦ ପ୍ରତିଶତ କୋଟି ଲୋକଙ୍କୁ ଟୀକା ଦେଇ ସାରିଲାଣି । ତେଣୁ ବିଜେପି ବି ଏଭଳି ମିଛ ବାହସ୍ପଟ ମାରିବାରୁ ସାନ୍ତ ରହୁ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି ।
୨୦୨୧-୨୨ ବଜେଟରେ କେନ୍ଦ୍ର ସରକାର କେବଳ ଟୀକା ପାଇଁ ୩୫୦୦୦ କୋଟି ଟଙ୍କା ପ୍ରଭାଧାନ କରିଥିଲେ । ଏଯାବତ୍ ମାତ୍ର ୪୭୦୦ କୋଟି ଟଙ୍କା ଟୀକାରେ ଖର୍ଚ୍ଚ ହୋଇଛି ବାକି ୩୦୩୦୦କୋଟି ଟଙ୍କା ଟୀକା ଦେବାରେ ଖର୍ଚ୍ଚ ନକରି ସରକାର କହାଁକି ଚୁପ୍ ବସି ପଡିଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ? ବିହାର, ବେଙ୍ଗଲ ନିର୍ବାଚନ ବେଳେ ଏବଂ ମନ କୀ ବାତ୍ ରେ ନିଜେ ପ୍ରଧାମନ୍ତ୍ରୀ ମୋଦି ଘୋଷଣା କରିଥିଲେ ଭାରତରେ ସମସ୍ତଙ୍କୁ ମାଗଣ ଟୀକା ଦିଆଯିବ ।କିନ୍ତୁ ଏବେ କାହିଁକି ରାଜ୍ୟ ମାନଙ୍କୁ ଟିକା ଦିୟିତ୍ୱ ଠେଲି ଦେଲେ ବୋଲି ସତ୍ୟ ପ୍ରକାଶ ନାୟକ କହିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଭାରତରେ ମୋଟ ୯୪ କୋଟି ବୟସ୍କଙ୍କର ଟୀକା ଦେବା ପାଇଁ ଏବେ ଆଉ ୧୮୮ କେଟି ଟୀକା ଡୋଜ୍ ର ଆବଶ୍ୟକ ଅଛି । ସେଥିପାଇଁ ମୋଟ ୨୫୫୫୮ କୋଟି ଟଙ୍କା ଖର୍ଚ୍ଚ ହେବ ।ଏବଂ ଟୀକା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଥିବା ୩୫୦୦୦ କୋଟି ରୁ ଏହି ଖର୍ଚ୍ଚ ପାଇଁ ଅର୍ଥ ଅଛି କିନ୍ତୁ ମୋଦି ସରକାର କାହଁକି ଏ ଦାୟିତ୍ୱରୁ ଚୁପ୍ ଚାପ୍ ରହିଗଲେ । ଅଥଚ ବିଜେପି ନେତା ମାନେ ଓଲଟା ବିରୋଧୀ ଦଳ ମାନଙ୍କୁ ସମାଲୋଚନାରେ ବ୍ୟସ୍ଥ ବୋଲି ସତ୍ୟ ପ୍ରକଶ ନାୟକ କହିଛନ୍ତି । ଯଦି ରାଜ୍ୟ ମାନେ ନିଜ ସମ୍ବଳରୁ ଟୀକା କିଣିବେ ତେବେ ସେମାନେ ସ୍ୱାସ୍ଥ୍ୟ ବଜେଟରେ ୩୦ ପ୍ରତିଶତ କବେଳ ଟୀକାରେ ଖର୍ଚ୍ଚ ହୋଇଯିବ ।
ଓଡିଶାର ଚଳିତ ସ୍ୱାସ୍ଥ୍ୟ ବଜେଟ ହେଉଛି ୯୩୪୦ କୋଟି ଟଙ୍କା ଏବଂ ଟୀକା ଦରକାର୍ ପାଖାପାଖି ୩୦ ପ୍ରତିଶତ ଅଥଚ ପ୍ରାୟ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇ ଯିବ, ଯାହାଦ୍ଵାରା ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା ଚିକିତ୍ସା ପାଇଁ ଅର୍ଥାଭାବ ଦେଖା ଯିବ ବୋଲି ସତ୍ୟ ପ୍ରକାଶ କହିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page