ପାସେଞ୍ଜର ଟ୍ରେନ ଚଲାଇବାକୁ ଦାବି ଜୋର ଧରିଲା।

0

ଧର୍ମଶାଳା(ସଙ୍କେତ ଖବର)ପଶ୍ଚିମବଙ୍ଗ ରାଜ୍ୟରେ ୫୪ ଟି ପାସେଞ୍ଜର ଟ୍ରେନ ଚାଲୁଥିବା ବେଳେ ଓଡିଶାରେ ଗୋଟିଏ ହେଲେ ପାସେଞ୍ଜର ଟ୍ରେନ ଚାଲୁନାହିଁ । ଡି.ଏମ.ୟୁ ପରି ଟ୍ରେନ ଗରୀବ, କର୍ମଜୀବି, ଦିନ ମଜୁରିଆ, ଚାଷୀଙ୍କ ଜୀବନ ଓ ଜୀବିକା । ଏଭଳି ପାସେଞ୍ଜର ଟ୍ରେନ ଚଲା ନଯିବା ଓଡିଶା ପ୍ରତି ଚରମ ବୈମାତୃକ ମନୋଭାବ ବୋଲି ଅଭିଯୋଗ କରି ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ବରେ ବିଜୁ ଜନତା ଦଳ ତରଫରୁ ଦୃଢ ବିରୋଧ କରାଯାଇଛି । ଆଜି ଜେନାପୁର ଷ୍ଟେସନ ଅଂଚଳରେ ଶୋଭାଯାତ୍ରା କରାଯାଇ ପୂର୍ବତଟ ରେଳପଥର ଡିଭିଜନାଲ ରେଲ ମ୍ୟାନେଜରଙ୍କୁ ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ବରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ଅଭିଯୋଗରେ ଦର୍ଶାଯାଇଛି ଯେ, ଡି.ଏମ.ୟୁ ପରି ପାସେଞ୍ଜର ଟ୍ରେନରେ ହଜାର ହଜାର ସଂଖ୍ୟାର ଦିନ ମଜୁରିଆ, ଚାଷୀ, କର୍ମଚାରୀମାନେ ଦୈନିକ ଯାତାୟତ କରି ନିଜର ପରିବାର ପାଇଁ ଦାନା ଯୋଗାଡ କରିଥାନ୍ତି । କରୋନା ନେଇ ଏବେ ଜନଜୀବନ ଧୀରେ ଧୀରେ ସ୍ବାଭାବିକ ହେଉଥିବା ବେଳେ ସରକାର ମଧ୍ୟ କରୋନା କଟକଣାକୁ କୋହଳ କରିଛନ୍ତି । ଡି.ଏମ.ୟୁ ପରି ପାସେଞ୍ଜର ଟ୍ରେନ ବିଚାଲିବା ଫଳରେ ଗରୀବ ଲୋକ ମାନଙ୍କ କେବଳ ଜୀବନ ଜୀବିକା କ୍ଷେତ୍ରରେ ଗୁରୁତର ସମସ୍ୟା ହୋଇନାହିଁ ବରଂ କଟକ ବଡ ଡାକ୍ତରଖାନାକୁ ଗରୀବ ଲୋକେ ଜୀବନ ବଂଚାଇବାକୁ ଯିବା କ୍ଷେତ୍ରରେ ବି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଗରୀବ ଲୋକେ ଟୋଲଗେଟ ଦେଇ ଚାରି ଚକିଆରେ କୌଣସି କାର୍ଯ୍ୟରେ କିମ୍ବା ବଡ ଡାକ୍ତରଖାନାକୁ ଯିବାରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏହାସହ ଜେନାପୁର ଷ୍ଟେସନ ନିକଟରେ ଥିବା ଗେଟ ସଂବର ୧୪୮ ତଳେ ଥିବା ଗଳିପୋଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ସତୀଶ ଦାବି କରିଛନ୍ତି । ରେଳ ବିଭାଗ ତରଫରୁ ତୁରନ୍ତ ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ବ୍ୟାପକ ଜନ ଆନ୍ଦେଳନ ସହ ଆବଶ୍ୟକ ହେଲେ ଧର୍ମଶାଳା ଅଂଚଳରେ ଯାଉଥିବା ବିଭିନ୍ନ ଷ୍ଟେସନରେ ରେଳରୋକ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ବହୁ ପୂର୍ବରୁ ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ମଧ୍ୟ ଅଦ୍ୟାବଧୁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବା କେବଳ ଗରୀବ ମାରଣ ନୀତି ବୋଲି ସତୀଶ ଅଭିଯୋଗ କରିଛନ୍ତି । ଜେନାପୁର ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ ପୂର୍ବରୁ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ତରଫରୁ ସତୀଶଙ୍କୁ ଏକ ଶୋଭାଯାତ୍ରାରେ ଅଣାଯାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page