ପୁଲିସ-ମାଓବାଦୀ ଗୁଳି ବିନିମୟ: ସହିଦ୍ ହେଲେ ସିଆରପିଏଫ ଅଧିକାରୀ, ଜଣେ ଯବାନ ଗୁରୁତର

0

ମାଲକାନଗିରି: ଛତିଶଗଡ଼ର ବିଜାପୁରଠାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ଘଟଣାସ୍ଥଳରେ, ସିଆରପିଏଫ ଅଧିକାରୀଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ହେଲେ ୧୬୮ ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡର ଏସବି ତିର୍କୀ।

ଏଣେ ଏହି ଘଟଣାରେ ଜଣେ ଯବାନ ଗୁରୁତର ଥିବା ବି ଜଣାଯାଇଛି। ବିଜାପୁର ବାସାଗୁଡା ଥାନା ତିମାପୁର ଜଂଗଲରେ ଗୁଳି ବିନିମୟ ସମୟରେ ଏଭଳି ଅଘଟଣ ଘଟିଥିବା ନେଇ ବିଜାପୁର ଏସପି କମଲୋଚନ କଶ୍ୟପ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page