ପୋଲିସ୍ କବଜାରେ ଲୁଟେରା ଗ୍ୟାଙ୍ଗ: ୯ ଗିରଫ

0

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍ । ତୁମୁଡ଼ିବନ୍ଧ ମଦ ଦୋକାନରୁ ବଡ଼ ଧରଣର ଲୁଟ୍ ଘଟଣାର ପର୍ଦ୍ଧାଫାଶ କଲା ତୁମୁଡ଼ିବନ୍ଧ ପୋଲିସ୍ । ତୁମୁଡ଼ିବନ୍ଧ ଥାନା ରାମପୁର ଛକରେ ଥିବା ନୂଆ ମଦ ଦୋକାନରୁ ଲୁଟ୍ କରିଥିଲେ କିଛି ଦୁବୃର୍ତ୍ତ । ଅଭିଯୋଗକ୍ରମେ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍ । ସମସ୍ତ ଲୁଟ୍ ସାମଗ୍ରୀ ଜବତ କରିବା ସହ ଲୁଟ୍ରେ ବ୍ୟବହୃତ ଅଟୋକୁ ଜବତ କରିଛି ପୋଲିସ୍ । ଘଟଣାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗର ୯ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟଜଣେ ଏବେବି ଫେରାର୍ ଥିବା ଜଣାପଡ଼ିଛି ।

ଗିରଫ ଲୁଟେରା ଗ୍ୟାଙ୍ଗ

ସମସ୍ତ ଲୁଟେରା ତୁମୁଡ଼ିବନ୍ଧ ଓ ବାଲିଗୁଡ଼ା ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ବିରୋଧରେ ପୁର୍ବରୁ ଅନେକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ସେମାନଙ୍କ ନିକଟରୁ ମୋବାଇଲ, ଗୋଟିଏ ଖେଳଣା ପିସ୍ତଲ୍, ଗୋଟିଏ ଧାରୁଆ ଛୁରୀ ପୋଲିସ୍ ଜବତ କରିଥିବା ଜଣାପଡ଼ିଛି । ଗତ ୧୦ତାରିଖ ରାତିରେ ସେଲ୍ସ ମ୍ୟାନ୍ ଓ ତାଙ୍କ ସହଯୋଗୀଙ୍କୁ ଖଟରେ ବାନ୍ଧି ମଦ ଦୋକାନରେ ଥିବା ପାଖାପାଖି ୬ଲକ୍ଷ ଟଙ୍କାର ମଦ ସହ ଦୋକାନରେ ଥିବା ଇନଭର୍ଟର, ୟୁପିଆଇ ମେସିନ୍ ସହ ସେଲ୍ସ ମ୍ୟାନଙ୍କ ସ୍କୁଟି ଓ ସିସି କ୍ୟାମେରାର ହାର୍ଡ ଡିସ୍କ ମଧ୍ୟ ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ଏହା ତୁମୁଡ଼ିବନ୍ଧ ପୋଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା । ସମସ୍ତଙ୍କ ଚେଷ୍ଟା ବଳରେ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛୁ ବୋଲି ବାଲିଗୁଡ଼ା ଏସଡିପିଓ ମନୋଜ ପୁଜାରୀ କହିଛନ୍ତି କ୍ଷ ଅନ୍ୟ ପଟେ ଆଖପାଖ ଥାନାରେ ଏହି ଗ୍ୟାଙ୍ଗର ପୂର୍ବରୁ ଏଭଳି ଅନେକ ମାମଲା ରହିଛି ଯାହାର ବର୍ତ୍ତମାନ ସମୟରେ ଆମେ ଅଧିକ ତଦନ୍ତ ଜାରି ରଖିଛୁ ବୋଲି ବାଲିଗୁଡ଼ା ଏସଡିପିଓ ଶ୍ରୀ ପୂଜାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page