ବରୀ ରେ ଟାଇଗର କ୍ଳବ ପକ୍ଷରୁ ରକ୍ତଦାନ ଶିବିର।
![](https://www.sanketkhabar.com/wp-content/uploads/2020/06/IMG-20200625-WA0022-1024x682.jpg)
ବରୀ(ସଂକେତ ଖବର)
ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଗମୁଁ ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟାଇଗର କ୍ଳବର ପ୍ରଥମ ସ୍ୱନକ୍ଷେତ୍ର ଦିବସ ପାଳନ ଉପଲକ୍ଷେ ଗମୁଁ ରାଜୀବୀ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆଜି ସକାଳ ୯ଘଟିକା ସମୟରେ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଯାହାକୁ ଯାଜପୁର ଜିଲ୍ଲାର ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଲେଙ୍କା ଉଦଘାଟନ କରିଥିଲେ। ବରୀ ତହସିଲଦାର ସରୋଜକାନ୍ତ ନାୟକ, ଗମୁଁ ସରପଞ୍ଚ ଶ୍ରୀମତୀ ଝୁନାରାଣୀ ସେଠି, ଗମୁଁ ସମିତିସଭ୍ୟ ଅଂକୁର ମଳିକ, ଅଦୈତବଲ୍ଲଭ ଜେନା, ହେମନ୍ତ ମହାପାତ୍ର, ମାର୍କଣ୍ଡ ନାୟକ, ହେମନ୍ତ ନାୟକ, ସନ୍ତୋଷ ନାୟକ, ପାଣ୍ଡଵ ମହାପାତ୍ର, ପ୍ରଭାତ ଜେନା, ଜଗଦିଶ ଜେନା ପ୍ରମୁଖ ଉପସ୍ଥିତରହି ରକ୍ତଦାତା ମାନଙ୍କୁ ଉତ୍ସlହିତ କରିଥିବାବେଳେ ଯାଜପୁର ଓ କେନ୍ଦ୍ରାପଡ଼ା ରକ୍ତଭଣ୍ଡାର କର୍ମଚାରୀ ମାନେ ମୋଟ 58 ୟୁନିଟ ରକ୍ତ ସଂଗ୍ରହ କରିଥିଲେ l
ସେହିପରି ସାଧାରଣ ସଭାରେ ଗମୁଁ ପଞ୍ଚାୟତର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, କୃଷକ, ଛାତ୍ର, ଯୁବକ ଓ ଶିକ୍ଷକ ମାନେ ଉପସ୍ଥିତରହି ଟାଇଗର କ୍ଳବ କାଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଟାଇଗର କ୍ଳବର ସଭାପତି ଅଶୋକ କୁମାର ସେଠି ସ୍ୱାଗତ କରିଥିବା ବେଳେ ସମ୍ପାଦକ ରାଜକିଶୋର ଦାସ ଧନ୍ୟବାଦ ଦେଇଥିଲେ ଗମୁଁ କାର୍ତ୍ତିକସ୍ୱର ଯୁବକ ସଙ୍ଘର ସଭ୍ୟ ଓ ଟାଇଗର କ୍ଳବ ସଭ୍ୟ ଦୀପକ କୁମାର ସେଠି, ନିର୍ମଳ ସେଠି, ଚନ୍ଦ୍ରକାନ୍ତ ସେଠି, ଅନିଲ ସାମଲ, ନାରାୟଣ ସେଠି, ପ୍ରଦୀପ ସେଠି ଇତ୍ୟାଦି ସହଯୋଗ କରିଥିଲେ l