ବାଲିଗୁଡା ଉପଜିଲ୍ଲାପାଳଙ୍କ ମହାନତା, ଆହତ ଯୁବକଙ୍କୁ ଯୋଗାଇଦେଲେ ଚିକିତ୍ସା

0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଦିନକୁ ଦିନ ମଣିଷ ମାନବିକତା ଭୁଲି ଯାଉଥିବା ବେଳେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ନିଜ ପଦପଦବୀ ଓ ସାମାଜିକ ସ୍ଥିତିକୁ ଖାତିର ନ କରି ସାଧାରଣ ମଣିଷର ଦୁଃଖରେ ଭାଗିଦାର ହୋଇଥାନ୍ତି। ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ। ନିଜେ ଉପଜିଲ୍ଲାପାଳ ଡ୍ୟୁଟିରେ ଥାଇ ମଧ୍ୟ ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକକୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ଆଜି ରବିବାର  କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏଭଳି ଘଟଣା ଘଟିଛି। ଉପଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର କରୋନା ସମୟରେ ସହର ମଧ୍ୟରେ ପାଟ୍ରୋଲିଂ କରୁଥିବା ବେଳେ ବାଲିଗୁଡା ଦଣ୍ଡପଦର ପାଖ ପେଟ୍ରୋଲ ଟାଙ୍କି ନିକଟରେ ଏକ ବାଇକ ଦୁର୍ଘଟଣାରେ ଆହତ ଜଣେ ଯୁବକ  ପଡି ରହିଥିବା ଦେଖିଥିଲେ। ସମ୍ପୃକ୍ତ ଯୁବକଙ୍କ ଦେହ ସାରା ରକ୍ତ ଲାଗିଥିଲା। ଯୁବକଙ୍କ ଏଭଳି ଅବସ୍ଥା ଦେଖି ଉପଜିଲ୍ଲାପାଳ ଡକ୍ଟର ମହାପାତ୍ର ତାଙ୍କୁ ନିଜ ଗାଡ଼ିରେ ତୁରନ୍ତ ମେଡିକାଲକୁ ଆଣିଥିଲେ ଏବଂ ନିଜେ ସେହି ବ୍ୟକ୍ତିଙ୍କର ଚିକିତ୍ସା ମଧ୍ୟ୍ୟ କରିଥିଲେ। ଉପଜିଲ୍ଲାପାଳଙ୍କ ଏଭଳି ମହାନତା ନେଇ ବାଲିଗୁଡା ଜନସାଧାରଣ ଡକ୍ଟର ମହାପାତ୍ରଙ୍କ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page