ମହିଳା ମାନଙ୍କ ଅଧିକାରର ସୁରକ୍ଷା ଓ ସମ୍ମାନ ପାଇଁ ଆୟୋଗ କାର୍ଯ୍ୟରତ: ରାଜ୍ୟ ମହିଳା ଆୟୋଗ ।

0

ଯାଜପୁର, (ସଂକେତ ଖବର) ମହିଳା ମାନେ ନିଜକୁ ଅନ୍ୟର ଦୟାର ପାତ୍ର ଭାବେ ନ ଭାବନ୍ତୁ । ସେମାନଙ୍କର ଅଧିକାରର ସୁରକ୍ଷା ଓ ସମ୍ମାନ ରକ୍ଷା ପାଇଁ ରାଜ୍ୟ ମହିଳା କମିଶନର ନିରନ୍ତର ଉଦ୍ୟମ କରୁଚ୍ଥି ବୋଲି କମିଶନର ଡଃ ମିନତୀ ବେହେରା ମତବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଆୟୋଗ ଡଃ ବେହେରା ମହିଳା ମାନଙ୍କର ବିଭିନ୍ନ ପାରିବାରିକ ସମସ୍ୟା ଓ ପାରିବାରିକ ହିଂସା ସମସ୍ୟାର ସମାଧାନ ପାଇଁ କମିଶନରଙ୍କ ପ୍ରଚେଷ୍ଟା ଜାରି ରହିଚ୍ଥି ବୋଲି କହିଥିଲେ । ମହିଳା ମାନଙ୍କ ଠାରୁ ସମସ୍ୟା ସଂପର୍କରେ ମିଳିଥିବା ଆବେଦନ ଗୁଡିକୁ କ୍ୟାମ୍ପ କୋର୍ଟ ମାଧ୍ୟମରେ ଉଭୟ ପକ୍ଷଙ୍କୁ ଡକାଯାଇ ଆପୋସ ସମାଧାନ କରାଯାଇଥାଏ । ସଂପ୍ରତ୍ତି ଝରାପୁଂଲ ଚ୍ଥାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତକୁ ତ୍ୱରାନ୍ୱିତ ଓ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପାଇଁ ଆରକ୍ଷୀ ଅଧିକ୍ଷକ, ଯାଜପୁରଙ୍କ ସହ ଆଲୋଚନା କରାଯାଇଚ୍ଥି ବୋଲି ଆୟୋଗ ସୂଚନା ଦେବା ସହ ଏହି ନିନ୍ଦନୀୟ ଘଟଣାରେ ସଂପୃକ୍ତ ଅପରାଧି ମାନଙ୍କୁ କଠୋର ଦଣ୍ଡ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର. ମହିଳା ମାନଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ମହିଳା ଆୟୋଗର ଭୂମିକା ପ୍ରଶଂସନୀୟ । ପୋଲିସ ଏ କ୍ଷେତ୍ରରେ ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି କହିଥିଲେ । ମହିଳା କମିଶନର ସଦସ୍ୟା ସ୍ନେହାଞ୍ଜଳୀ ମହାନ୍ତି, ସ୍ୱର୍ଣ୍ଣଲତା ସାମଲ, ଆରତୀ ସିଂହ ପ୍ରମୁଖ ଯୋଗଦେଇ ମହିଳା ଆୟୋଗର କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ମହିଳା ଆୟୋଗ ଶିବିର ଅଦାଲତର ଆଭିମୁଖ୍ୟ ସଂପର୍କରେ ଅବଗତ କରାଇଥିଲେ । ଏହି ଶିବିରରେ ମୋଟ ୫୩ ଟି ମାମଲା ପାଇଁ ନୋଟିସ୍ ହୋଇଥିବା ବେଳେ ୪୨ ଟି ମାମଲାରେ ଉଭୟ ପକ୍ଷ ଓ ୧୧ ଟି ମାମଲାରେ ଗୋଟିଏ ପକ୍ଷ ଉପସ୍ଥିତ ରହିଥିଲେ । ମୋଟ ୧୦ ଟି ମାମଲାରେ ଆପୋସ ସମାଧାନ ହୋଇଥିଲା । ଅନ୍ୟ ମାମଲା ଗୁଡିକ ପରବର୍ତ୍ତୀ ତାରିଖରେ ଊଭୟ ପକ୍ଷର ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ଆୟୋଗ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆୟୋଗର କର୍ମକର୍ତ୍ତା ଆଡଭୋକେଟ୍ ଅରବିନ୍ଦ ପଟ୍ଟନାୟକ, ଦେବାଶିଷ ମହାନ୍ତି, ଉମାକାନ୍ତ ସାହୁ, ତ୍ରିଲୋଚନ ନାୟକ, ଦିବାକର ବିଶ୍ୱାଳ, ଚିତ୍ତ ରଂଜନ ସାହୁ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଭାରପ୍ରାପ୍ତ ସାମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ପ୍ରୋଗ୍ରାମ ଅପିଂସର ମଞ୍ଜୁଳା ରଥ, କାଞ୍ଚନ ରାମ୍‌, ପୋଲିସ ସବ୍‌-ଇନିସ୍ପେକ୍ଟର ଡେଜାଲିନ ଜେନା ପ୍ରମୁଖ ଯୋଗଦେଇ ଆୟୋଗଙ୍କ କାର୍ଯ୍ୟରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page