ଯାଜପୁର ଜିଲ୍ଲାପାଳଙ୍କୁ ସୁକିନ୍ଦା ବିଧାୟକଙ୍କ ପତ୍ର

0

ଯାଜପୁର

ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଲାଗି,ସ୍ଥାପତ୍ୟ ପରାମର୍ଶଦାତାଙ୍କୁ ତାଲିକାଭୁକ୍ତ କରିବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଜିଲ୍ଲା ଖଣିଜ ନ୍ୟାସ(ଡିଏମଏଫ୍) ପାଣ୍ଠିରେ କାର‌୍ୟ୍ୟ ହେବା ଲାଗି ସ୍ଥିର ହୋଇଥିବା ପ୍ରାୟ ୨ଶହ କୋଟିର ୮ଟି ପ୍ରକଳ୍ପ ପାଇଁ ଯଥାଶୀଘ୍ର ପରାମର୍ଶଦାତା (ଆର୍କିଟେକ୍ କନସଲଷ୍ଟାଣ୍ଟ)ଙ୍କୁ ଚିହ୍ନଟ କରି ସେମାନଙ୍କୁ କାର‌୍ୟ୍ୟ ଆବଣ୍ଟନ କରିବା ଲାଗି ବିଧାୟକ ଘଡ଼ାଇ ଦାବି କରିଛନ୍ତି। ଯାଜପୁର ଡିଏମଏଫ୍ ଟ୍ରଷ୍ଟ ବୋର୍ଡର ମୁଖ୍ୟ ଭାବରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ,ଏନେଇ ପଦକ୍ଷେପ ନେବାକୁ ସୁକିନ୍ଦା ବିଧାୟକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।
ଆର୍କିଟେକ୍ କନସଲଷ୍ଟାଣ୍ଟଙ୍କ ବିନା ନିଯୁକ୍ତିରେ, ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ଓ ପ୍ରକଳ୍ପର ନକ୍ସା(ଡିଜାଇନ୍) ପ୍ରସ୍ତୁତ ହୋଇପାରିବ ନାହିଁ। ଫଳରେ କଲରଙ୍ଗି ଅତ୍ତାରେ ଡିଏମଏଫ୍ ଗୃହ, ବଙ୍ଗଳା ଛକ ଯାତ୍ରୀ ବିଶ୍ରାମଗାର, ଡୁବୁରୀ ବସ ଟର୍ମିନାଲ, ସୁକିନ୍ଦା ଷ୍ଟାଡିୟମ୍, କଲରଙ୍ଗି ଅତ୍ତାରେ ଔଷଧିୟ ଉଦ୍ୟାନ, ବଙ୍ଗଳା ଛକ କନଫରେନ୍ସ ହଲ୍, ଟମକା-ସୁକିନ୍ଦା-ଡୁବୁରୀ ଆଇ.ବି ପୁନଃଋଦ୍ଧାର, ଡୁବୁରୀ-କାମକ୍ଷାନଗର ରାସ୍ତା ପାର୍ଶ୍ୱ ସୌନ୍ଦର‌୍ୟ୍ୟ କରଣ ପ୍ରକଳ୍ପ କାର‌୍ୟ୍ୟ କେବଳ ଘୋଷଣାରେ ସୀମିତ ରହିଛି।
ପୂର୍ବରୁ ଗତ ଜାନୁଆରୀ ୧୨ରେ ମଧ୍ୟ ଯାଜପୁର ଜିଲ୍ଲାପାଳଙ୍କୁ ସୁକିନ୍ଦା ବିଧାୟକ ଚିଠି ଲେଖିଥିଲେ। ହେଲେ ଡିଏମଏଫ ଟ୍ରଷ୍ଟର ମୁଖ୍ୟ ରଞ୍ଜନ ଦାସ, ଆର୍କିଟେକ୍ କନସଲଷ୍ଟାଣ୍ଟଙ୍କୁ ଏଯାଏଁ ତାଲିକାଭୁକ୍ତ କରିନାହାଁନ୍ତି। ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିକାରୀଙ୍କ ସହ ଆଜି(ଗୁରୁବାର) ନିଜ ଭୁବନେଶ୍ୱର ବାସଭବନରେ ସମୀକ୍ଷା କରିଥିଲେ ସୁକିନ୍ଦା ବିଧାୟକ। ସେହି ସମୀକ୍ଷା ବୈଠକରେ ଯାଜପୁର ଡିଭିଜନର ଆର.ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀ,ଏସଡିଓ ଉପସ୍ଥିତ ଥିଲେ। ଆର୍କିଟେକ୍ କନସଲଷ୍ଟାଣ୍ଟ ନିଯୁକ୍ତି ନହେବା ଯୋଗୁ, ୨ଶହ କୋଟିର ୮ଟି ପ୍ରକଳ୍ପ ଅଟକି ରହିଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ।ଫଳରେ ସୁକିନ୍ଦା ବିଧାୟକ,ସ୍ଥାପତ୍ୟ ପରାମର୍ଶଦାତାଙ୍କୁ ତାଲିକାଭୁକ୍ତ କରିବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ଦ୍ୱିତୀୟ ଥର ଚିଠି ଲେଖିଛନ୍ତି।


ଝାରସୁଗୁଡାରେ ଡିଏମଏଫ ବୈଠକ, ଯାଜପୁରରେ ନାହିଁ
ଅପର ପକ୍ଷରେ ଯାଜପୁର ଜିଲ୍ଲାରେ ଡିଏମଏଫର ବୈଠକ ମଧ୍ୟ ନିୟମିତ ବସୁନାହିଁ । କିନ୍ତୁ କରୋନା ସମୟରେ ମଧ୍ୟ ଝାରସୁଗୁଡା ଜିଲ୍ଲାର ଡିଏମଏଫ ବୈଠକ ଗତ ୨୪ତାରିଖରେ ବସିଥିଲା। ଅଥଚ ଡିଏମଏଫ୍ ରାଶି ଆଦାୟରେ ଝାରସୁଗୁଡା ଠାରୁ ଆଗରେ ରହିଥିବା ଯାଜପୁର ଜିଲ୍ଲାରେ ଗତ ଆର୍ଥିକ ବର୍ଷରେ ଡିଏମଏଫ୍ ବୈଠକ ଆଦୌ ବସିନାହିଁ। ଭାରତ ସରକାରଙ୍କ ଖଣି ବିଭାଗର ତଥ୍ୟ ଆଧାରରେ ଗତ ଫେବ୍ରୁଆରୀ ଶେଷ ସୁଦ୍ଧା ୩୭,୮୬୧.୩୧ କୋଟି ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିକୁ ଆସିଛି।ଏହା ମଧ୍ୟରୁ ସର୍ବାଧିକ ଓଡ଼ିଶାରୁ ୯,୯୮୪.୭୭ କୋଟି ସଂଗ୍ରହ ହୋଇଛି। ଯାହା ମଧ୍ୟରୁ ଯାଜପୁର ଜିଲ୍ଲାରୁ ୬୨୬.୩୧ କୋଟି ଟଙ୍କା ସଂଗ୍ରହ ହୋଇଛି।ତେବେ ଦେଶର ଖଣି ପ୍ରଭାବିତ ଅଞ୍ଚଳର ବିକାଶରେ ଡିଏମଏଫ ପାଣ୍ଠିର ପ୍ରମୁଖ ଭୂମିକା ରହିଛି। ଡିଏମଏଫ ଅର୍ଥରୁ ଖଣି ପ୍ରଭାବିତ ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଶିକ୍ଷା-ସ୍ୱାସ୍ଥ୍ୟ,ରାସ୍ତା,ପାନୀୟ ଜଳ ଯୋଗାଣ,ଜଳସେଚନ ପରି ମୌଳିକ ସେବାରେ ଉନ୍ନତି ପରିଲିକ୍ଷିତ ହୋଇଛି।ତେବେ ଯାଜପୁର ଡିଏମଏଫ୍ ଟ୍ରଷ୍ଟ ମୁଖ୍ୟ ଶୀଘ୍ର ଆର୍କିଟେକ୍ କନସଲଷ୍ଟାଣ୍ଟ ନିଯୁକ୍ତି କରିଲେ,ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିକାଶ ଆଗେଇବା ସହ କରୋନା ଯୋଗୁ କାମଧନ୍ଧା ପାଉନଥିବା ଲୋକଙ୍କୁ କାମ ମିଳିପାରନ୍ତା।

Leave a Reply

Your email address will not be published. Required fields are marked *

You cannot copy content of this page