ଯାଜପୁର:ଜାତୀୟ ଶିଶୁ କନ୍ୟା ସନ୍ତାନ ସପ୍ତାହ ପାଳନ

0

ଯାଜପୁର, (ସଂକେତ ଖବର) କନ୍ୟା ସନ୍ତାନର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ବିବେଚନା କରି ସରକାର ପ୍ରତ୍ୟେକଟି କନ୍ୟାର ସ୍ୱ୍‌ାସ୍ଥ୍ୟ, ଶିକ୍ଷା ଓ ଭବିଷ୍ୟତ ଗଠନ ପାଇଁ ବିବିଧ ପଦକ୍ଷେପ ନେଇଚ୍ଥନ୍ତି । ତେଣୁ ଆମେ ପ୍ରତ୍ୟେକ ସଚେତନ ହୋଇ କନ୍ୟା ଓ ମହିଳା ମାନଙ୍କୁ ସୁରକ୍ଷା, ସମ୍ମାନ ଦେବାକୁ ଜିଲ୍ଳ୍‌ା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା ଅନୁରୋଧ କରିଚ୍ଥନ୍ତି । ଗୁରୁବାର ଅପରାହ୍ନରେ ଯାଜପୁର ସହର ସ୍ଥିତ ବିରଜା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଶିଶୁ କନ୍ୟା ସନ୍ତାନ ସପ୍ତାହ ପାଳନ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେହେରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ସର୍ବ ପ୍ରଥମେ ବିଦ୍ୟାଳୟର ଚ୍ଥାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଶିଶୁ ହସିଲେ ଦୁନିଆଁ ହସେ । ତେଣୁ ପ୍ରତ୍ୟେକ ଶିଶୁଙ୍କୁ ଉପଯୁକ୍ତ ଲାଳନ ପାଳନ, ଯତ୍ନ ଓ ସୁରକ୍ଷା ପାଇଁ ଶ୍ରୀ ବେହେରା କହିଥିଲେ । ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଏଥିରେ ଯୋଗ ଦେଇ କେନ୍ଦ୍ର ସରକାର ଚଳିତ ମାସ ୨୧ ରୁ ୨୬ ତାରିଖ ଓ ରାଜ୍ୟ ସରକାର ଚଳିତ ମାସ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଶିଶୁ କନ୍ୟା ସନ୍ତାନ ସପ୍ତାହ ପାଳନ କରୁଥିବା ଅବସରରେ ବିବିଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଚ୍ଥି ବୋଲି କହିଥିଲେ । ବିରଜା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଲୋକ କୁମାର ବନ୍ଧ ଶିଶୁ କନ୍ୟା ମାନଙ୍କୁ ପ୍ରତିଟି ପରିବାର ସ୍ନେହ ମମତା ଓ ଭଲ ପାଇବା ଦେବା ସହ ସଠିକ ଶିକ୍ଷା ପ୍ରଦାନର ବ୍ୟବସ୍ଥା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁପ୍ରଭା ନାୟକ, ଲକ୍ଷ୍ମୀପ୍ରିୟା ମହାପାତ୍ର, ଅଳକାନନ୍ଦା ଦାଶ, ମୀନାକ୍ଷୀ ଜେନା, ଶୁଭସ୍ମିତା ନାୟକ, ଶିକ୍ଷକ ପ୍ରଦୀପ୍ତ କୁମାର ଧଳ, ମୃତ୍ୟୁଞ୍ଜୟ ନାୟକ, ସୁରେନ୍ଦ୍ର କୁମାର ସାହୁ, ଜମିନୁଲ ରସିଦ ଖାନ୍‌, ଅଜୟ କୁମାର ଦାସ, ଶ୍ରୀକାନ୍ତ ବେହେରା, ଉମେଶ କୁମାର ସ୍ୱାଇଁ, ସୁଶାନ୍ତ ଧଳ, କର୍ମଚାରୀ ପ୍ରଶାନ୍ତ ସନ୍ଧିବିଗ୍ରହ, ଉମା ବେହେରା ଓ କୃଷ୍ଣ ଚନ୍ଦ୍ର ମହାଳିକ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page