ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଥ୍ରୀ-ଡ଼ିରେ ଭର୍ଚୁଆଲ୍ ଟୁର୍

0

ଭୂବନେଶ୍ୱର(ସଙ୍କେତ ଖବର): ମହାମାରୀ କରୋନା ଯୋଗୁଁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପଦକ୍ଷେପ ଫଳରେ ଦର୍ଶକମାନେ ପ୍ରତ୍ୟେକ ରବିବାର ଦିନ ଏହି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ କରିପାରିବେ । ମେ ୯ ତାରିଖ ଦିନ ଦର୍ଶକମାନେ ଥ୍ରୀ-ଡ଼ି ମାଧ୍ୟମରେ ଫେସ୍‌ବୁକ ଓ ଟୁଇଟର୍ ପେଜ୍@scstrti ଓ @stscdev ଖୋଲି ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟର ମୁଖ୍ୟ ସଂଗ୍ରହାଳୟ ଭବନ ସମ୍ପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆରଟିଆଇ(scstrti )ର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ସଂଗ୍ରହାଳୟର ମୁଖ୍ୟ ଭବନରେ ପାଞ୍ଚଗୋଟି ଗ୍ୟାଲେରୀ ରହିଛି ଏହି ପାଞ୍ଚଗୋଟି ଗ୍ୟାଲେରୀରେ ଓଡ଼ିଶାର ୬୨ଟି ଜନଜାତିଙ୍କର ବିଭିନ୍ନ ପ୍ରକାରର ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଏବଂ କଳା ଓ ଶିଳ୍ପକଳା ପ୍ରଦର୍ଶିତ ହୋଇଛି । ବିଭିନ୍ନ ଗ୍ୟାଲେରୀରେ ଜଳଜାତି ସମ୍ପ୍ରଦାୟଙ୍କ ସମ୍ପର୍କରେ ତଥ୍ୟ ରହିଛି । ପ୍ରଥମ ଗ୍ୟାଲେରୀରେ ଜନଜାତି ଅଳଙ୍କାର ଇତ୍ୟାଦି, ଦ୍ଵିତୀୟ ଗ୍ୟାଲେରୀରେ ଜନଜାତି ବୟଳ, ବ୍ୟକ୍ତିଗତ ସାମଗ୍ରୀ, କଳା ଓ ଶିଳ୍ପକଳା, ତୃତୀୟ ଗ୍ୟାଲେରୀରେ ଶୀକାର ଓ ମାଛଧରା ଉପକରଣ ଓ ନିଜର ସୁରକ୍ଷା ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର, ଚତୁର୍ଥ ଗ୍ୟାଲେରୀରେ ନିତ୍ୟବ୍ୟବହାର‌୍ୟ୍ୟ ଘରକରଣା ସାମଗ୍ରୀ ଓ କୃଷି ଉପକରଣ, ପଞ୍ଚମ ଗ୍ୟାଲେରୀରେ ନୃତ୍ୟ, ବାଦ୍ୟଯନ୍ତ୍ର ଓ ଢୋକ୍ରା ସାମଗ୍ରୀ ପ୍ରଦର୍ଶନ କରାଯାଉଛି । ସଂଗ୍ରହାଳୟର ମୁଖ୍ୟ ଭବନର କେନ୍ଦ୍ରରେ ରହିଥିବା ଅଗଣାରେ ଜନଜାତି ପୂଜାପୀଠ ରହିଛି । ସେଠାରେ ୧୪ଟି ଜନଜାତି ସମ୍ପ୍ରଦାୟର ପୂଜାପୀଠ, ଦେବାଦେବୀଙ୍କର ଉପାସନା ପୀଠ ନିର୍ମାଣ କରାଯାଇଛି ।


Leave a Reply

Your email address will not be published. Required fields are marked *

You cannot copy content of this page