୩୯ତମ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ।

0

ଯାଜପୁର (ସଂକେତ ଖବର)ବିଜ୍ଞାନ ପ୍ରଦର୍ଶନୀ ଜ୍ଞାନର ବିଷ୍ପୋରଣ ସଦୃଶ୍ୟ । ଏହା ଜିଜ୍ଞାସୁ ମନର କଥା । ତେଣୁ ପ୍ରତ୍ୟେକ ଜିଜ୍ଞାସା ରଖିଲେ ବିଜ୍ଞାନ ଅଧିକ ରୁଦ୍ଧିମନ୍ତ ହେବ ବୋଲି ଶିକ୍ଷାବିତ ତଥା ଗଣଶିକ୍ଷା ବିଭାଗର ପ୍ରାକ୍ତନ ନିର୍ଦ୍ଧେଶକ ଡଃ ଶରତ କୁମାର ବିଶ୍ୱାଳ ମତବ୍ୟକ୍ତ କରିଛନ୍ତି । ସୋମବାର ଯାଜପୁର ଜିଲ୍ଲା ସ୍କୁଲଠାରେ ୩୯ତମ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବିଶ୍ୱାଳ ଛାତ୍ର ଛାତ୍ରୀ ମାନେ ସଫଳତା ପାଇଁ ପରିଶ୍ରମୀ ହେବାକୁ ଆହ୍ୱାନ ଦେଇଥିଲେ । ସରକାର ବିଜ୍ଞାନକୁ ଅଧିକ ଅଗ୍ରଗତି କରିବାର ପ୍ରଚେଷ୍ଟା କରୁଥିବାରୁ ଏଥିପ୍ରତି ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ପ୍ରୋତ୍ସାହିତ ହେବାକୁ ପରାମର୍ଶ ଦେଇଥିଲେ । ବିଶ୍ୱ ସମ୍ପ୍ରଦାୟର ବୈଜ୍ଞାନିକ ପୃଷ୍ଟ ଭୂମି ଉପରେ ଆଲୋକପାତ କରି ଋଷ, ଆମେରିକା ଓ ଜାପାନ ଭଳି ବିଜ୍ଞାନ ମନସ୍କ ଦେଶର ସ୍ଥିତି ସମ୍ପର୍କରେ ସେ ଆଲୋକପାତ କରି ପିଲାମାନେ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରତି ଅଧିକ ମନୋନିବେଶ ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଦୈନ୍ୟନ୍ଦିନ ଜୀବନରେ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରତ୍ୟେକଙ୍କ ପାଇଁ ଅତ୍ୟନ୍ତ ଜରୁରୀ ।

ଛୋଟ ବେଳୁ ଏହି ସବୁ ଦିଗପ୍ରତି ରୁଚି ରଖିଲେ ପରବର୍ତି ସମୟରେ ଏହା ଏକ ବିପ୍ଳବରେ ପରିଣତ ହୋଇ ଶିକ୍ଷା ଓ ଗବେଷଣା ପ୍ରତି ଅଧିକ ଆକର୍ଷଣ ସୃଷ୍ଟି କରିପାରିବ ବୋଲି ସେ କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ କୁମାର ଗିରି ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ମୋଟ ୫୦ଗୋଟି ପ୍ରକଳ୍ପ ମଧ୍ୟରୁ ଶ୍ରେଷ୍ଠ ୫ଗୋଟି କୁ ରାଜ୍ୟ ସ୍ତରକୁ, ରାଜ୍ୟ ସ୍ତରରୁ ଆଂଚଳିକ ସ୍ତରକୁ ଓ ଆଂଚଳିକ ସ୍ତରରୁ ଜାତୀୟ ସ୍ତରକୁ ମନୋନିତ କରାଯିବ ବୋଲି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଡଃ ବସନ୍ତ କୁମାର ତ୍ରିପାଠୀ, ଶିକ୍ଷାବିତ ସହଦେବ ପଣ୍ଡା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ବିଷ୍ଣୁ ଚରଣ ପଣ୍ଡା ପ୍ରମୁଖ ବିଜ୍ଞାନ ପ୍ରଦର୍ଶନୀର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସ୍କୁଲର ଶିକ୍ଷକ ନିରଂଜନ ସାମଲ ସଭାପରିଚାଳନା କରିଥିଲେ । ଶେଷ୍ଠ ପ୍ରକଳ୍ପ ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ଧର୍ମଶାଳା ଦେଉଳିପାଳର ଏସ ସାଇଶ୍ରୀଙ୍କ ମ୍ୟାଥମେଟିକାଲ ପ୍ଲେ ଗ୍ରାଉଣ୍ଡ, ଓଡିଶା ଆଦର୍ଶ ବିଦ୍ୟାଳୟ ଦାନଗଦୀରଗୋହିରପାଟୁଳିର ପ୍ରତିକ୍ଷା ମହାପାତ୍ରଙ୍କର ପ୍ଲାଷ୍ଟିକ ଆବର୍ଜନା ପୁନଃ ବ୍ୟବହାର, ଜହ୍ନା ସରକାରୀ ଉପ୍ରା ବିଦ୍ୟାଳୟର ଯାଜ୍ଞସେନୀ ସାହୁଙ୍କର ଟାଇସ୍ପ ଅଫ ଆଙ୍ଗେଲ, ଯାଜପୁର ଜିଲ୍ଲା ସ୍କୁଲର ଅଂଶୁମାନ ପଣ୍ଡାଙ୍କର ହିଷ୍ଟ୍ରି ଆଣ୍ଡ ଡେଭଲପମେଂଟ ଅଫ ସାଇନ୍ସ, ରଂଙ୍ଗାରଗା ସରକାରୀ ବିଦ୍ୟାଳୟର ରଶ୍ମିତା ମହାପାତ୍ରଙ୍କର ପ୍ରକଳ୍ପ ଲୋ କଷ୍ଟଚିମିନିକୁ ରାଜ୍ୟ ସ୍ତରକୁ ମନୋନିତ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଜିଲ୍ଲାସ୍କୁଲ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page