ହୋଟେଲ ମ୍ୟାନେଜମେଣ୍ଟ କଲେଜ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ
ଯାଜପୁର,(ସଙ୍କେତ ଖବର ) ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଯାଜପୁର ରେ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ କଲେଜ୍ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯୋଡିକୁଅ ସ୍ଥିତ କଲେଜ୍ ନିକଟରୁ ବାହାରିଥିବା ଏହି ଶୋଭାଯାତ୍ରା ଶାନ୍ତି ର ବାର୍ତ୍ତା ପ୍ରଚାର କରି ବିରଜା ମନ୍ଦିର ନିକଟରେ ଶୋଭାଯାତ୍ରା ଶେଷ ହୋଇଥିଲା। କଲେଜର ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ସେଠୀ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ମା ବିରଜା ମନ୍ଦିର ନିକଟରେ ପହଁଚିବା ପରେ ପର୍ଯ୍ୟଟକ ମାନଙ୍କୁ ଅତିଥି ଭାବେ ସ୍ଵାଗତ କରିବାକୁ ବାର୍ତ୍ତା ଦିଆଯାଇଥିଲା। କଲେଜର ପ୍ରିନ୍ସିପାଲ ସୌମ୍ୟ ରଞ୍ଜନ ପତି, ଅଜୟ ପାଣି, ଅଭିନାଶ ସେଠୀ, ନିରୁପମା ସେଠୀ, ବିଜୟ ଲକ୍ଷ୍ମୀ ସେଠୀ, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
